ଜମି ବନ୍ଧା ରଖି ସ୍ୱାମୀଙ୍କ ଶବକୁ ଟ୍ରଲିରେ ବୋହିବା ଘଟଣା, ଆର୍ଥିକ ସହାୟତା ପରେ ମୁକୁଳିଲା ଜମି

ବାରିପଦା (ଓଡିଶା ଟାଇମ୍) : ବାରିପଦା ରାସଗୋବିନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଘଟଣା l ହସ୍ପିଟାଲ ରେ ସ୍ବାମୀଙ୍କ ମୃତ୍ୟୁ ପରେ ଶବକୁ ଘରକୁ ନେବାକୁ ଗାଡି ନ ମିଳିବାରୁ ନିଜର ଜମିକୁ ବନ୍ଧା ରଖି ସ୍ବାମୀଙ୍କ ଶବକୁ ଟ୍ରଲିରେ ବୋହି ନିଜ ଘରକୁ ଆଣିଥିଲେ ମହିଳା l ଯାହାକି ଏହି ଘଟଣା ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା l ଘଟଣା ଗଣମାଧ୍ୟମରେ ପ୍ରଘଟ ହେବା ପରେ ଉଦବେଗ ପ୍ରକାଶ ପାଇଥିଲା l

ତେବେ ସୂଚନାନୁଯାୟୀ, ବାରିପଦା ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ସାରମୂଳା ପଞ୍ଚାୟତ ଗୋବରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା l ଘଟଣା ପରେ ତୁରନ୍ତ ସହାୟତାର ହାତ ବଢ଼ାଇଛନ୍ତି ‘ ସମ୍ବାଦ’ର ଫିଚର ସଂପାଦକ , ବିଶିଷ୍ଟ କଥାକାର ଡ . ଗୌରହରି ଦାସ l ମୃତ ଦୁଃଖା ମାଣ୍ଡିଙ୍କ ପତ୍ନୀ ଶୁକଙ୍କୁ ଜମି ମୁକୁଳେଇବା ଓ ଅତ୍ୟେଷ୍ଟିକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ସାଧାରଣ ଲୋକଙ୍କ ପାଇଁ ମାଳ ମାଳ ଯୋଜନା ଥିଲେ ବି ଏପରି ଘଟଣା ଘଟିବା ଦୁଃଖଦାୟକ ବୋଲି କହିଛନ୍ତି ଶ୍ରୀ ଦାସ l

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମାଜରେ ଆମେ ସମସ୍ତେ ବାସ କରୁଛନ୍ତି l ବିପଦ ଆପଦରେ ପରସ୍ପରକୁ ଯଦି ଆମେ ସାହାଯ୍ୟ ନ କରିବା ତାହାଲେ ସାମାଜ ପାଇଁ ଏହା ଭଲ ନୁହଁ l ଏଭଳି ଛୋଟ ଛୋଟ ସାହାଯ୍ୟ ଅଧିକ ଆତ୍ମସନ୍ତୋଷ ଦେଇଥାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି l ତେବେ ରାଜ୍ୟରେ ଘଟୁଥିବା ଏଭଳି ହୃଦୟବିଦାରକ ଘଟଣା ପୁନଃ ନ ଘଟୁ ବୋଲି କହିଛନ୍ତି l ଏଭଳି ହୃଦୟବିଦାରକ ଘଟଣା ପରେ ଶ୍ରୀ ଦାସ ମହିଳାଙ୍କ ଜମି ମୁକୁଳେଇବା ଓ ଅତ୍ୟେଷ୍ଟିକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଯାହାକି ସାମାଜ ପାଇଁ ଉଦାହରଣ ସାଜିଥିବା ବରିଷ୍ଠ ନାଗରିକମାନେ ମତ ରଖିଛନ୍ତି l

Leave a Reply

Your email address will not be published. Required fields are marked *