ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି
ପୁରୀ, (ଓଡିଶା ଟାଇମ୍) : ଆଜି ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି । ମଧ୍ୟାହ୍ନଧୁପ ସରିବା ପରେ ପଛ ଭୋଗମଣ୍ଡପରେ କରାଯିବ ଏହି ଗୁପ୍ତ ନୀତି । ଏଥିପାଇଁ ଆବଶ୍ୟକ ସାମଗ୍ରୀକୁ ଦତ୍ତ ମହାପାତ୍ର ସେବାୟତଙ୍କୁ ଯୋଗାଇଦିଆଯାଇଛି । ଏମାନେ ୪ ଘଂଟା ଧରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶିଙ୍ଗାର ଓ ବନକଲାଗି ନୀତି କରିଥାନ୍ତି । ଏହି ନୀତିରେ ମହାପ୍ରଭୁଙ୍କର ପାରମ୍ପରିକ ରଙ୍ଗ, ହିଙ୍ଗୁଳ, ହରିତାଳ,କର୍ପୁର, କସ୍ତୁରୀ ଇତ୍ୟାଦି ବ୍ୟବହାର କରାଯାଇ ଶୃଙ୍ଗାର କରାଯିବାର ପରମ୍ପରା ରହିଛି । ଏହାସହ ମହାପ୍ରଭୁଙ୍କ ଦିନ ପହଡ଼ ନୀତି ମଧ୍ୟ ଅନୁଷ୍ଠିତ ହେଉଛି ।
ଆସନ୍ତାକାଲି ହେରାପଂଚମୀ ଥିବାରୁ ଆଜି ଆଡପମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଗତ ସୋମବାର ପବିତ୍ର ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥିବା ବେଳେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।
ବିଧି ଅନୁଯାୟୀ, ଗତରାତିରେ ଚନ୍ଦନ ଲାଗି ବଢ଼ିବା ପରେ ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦ ବନ୍ଧା ଯାଇଥିଲା ଏବଂ ଅଧିବାସ ନୀତି ଅନୁଷ୍ଠିତ ହୋଇଥିଲା।