ପିପିଇ କିଟ୍ ପିନ୍ଧି ନଦୀରେ ଶବ ଫୋପାଡ଼ୁଛନ୍ତି ଲୋକେ, ଭିଡିଓ ଭାଇରାଲ୍‌

ଉତ୍ତରପ୍ରଦେଶ,(ଓଡିଶା ଟାଇମ୍): ୟୁପି ବଳରାମପୁରରେ ସୀମା ଟପିଗଲା ନିର୍ଦ୍ଦରତା । ପୁଣି ଲୋକଙ୍କ ମଧ୍ୟରେ ମରିଯାଇଛି ମାନବିକତା । ସୋସିଆଲ ମିଡିଆରେ ଭାଇରଲ ହେଉଛି ଏମିତି ଏକ ଫଟୋ । ଯେଉଁଥିରେ ଦେଖିବାକୁ ମିଳିଛି କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ନଦୀରେ ଫୋପାଡିଦେଉଛନ୍ତି ମୃତଦେହ । ୨ ଯୁବକଙ୍କ ଜଣେ ପିପିଇ କିଟ୍ ପିନ୍ଧି ମୃତଦେହ ନେଇ ନଦୀପାଣିକୁ ଫୋପାଡିଦେଉଛି ।

ଏହି ଘଟଣା ରାପ୍ତି ନଦୀ ସିସାଇ ଘାଟ ଉପରେ ଥିବା ବ୍ରିଜ ଉପରେ ଘଟିଛି । ଭାଇରାଲ୍ ହୋଇଥିବା ଏହି ଫଟୋଟି ୨୯ ମେ ସନ୍ଧ୍ୟାର । ଭାଇରାଲ ଭିଡିଓରେ କିଟ୍ ପିନ୍ଧିଥିବା ଯୁବକଙ୍କୁ ଚିହ୍ନଟ କରାଯାଇଛି । କିଟ୍ ପିନ୍ଧିନଥିବା ଏହି ଯୁବକଙ୍କର ନାମ ଚନ୍ଦ୍ର ପ୍ରକାଶ । ଯିଏ କି ଶବଦାହରେ କାମ କରନ୍ତି । ଯୁବକଙ୍କୁ ପଚରାଯିବାରୁ ସେ ସବୁକିଛି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି, କିଛି ଲୋକ ତାଙ୍କୁ ବ୍ରିଜ ପାଖକୁ ଡାକିଥିଲେ ।

ତା’ପରେ ଜଣେ ଯୁବକ ବ୍ୟାଗ୍‌ର ଏକ ଚେନ୍ ଖୋଲି ପଥର ଫିଙ୍ଗି ମୋତେ ଡାକିଲେ। ତା’ପରେ ମୃତଦେହକୁ ନଦୀରେ ଫଥର ବାନ୍ଧି ଫିଙ୍ଗି ଦେଇ ଫେରିଗଲେ । ମୁଁ ତାଙ୍କୁ କହିଲି ଯେ ଏଠାରେ କାଠ ଅଛି, କିନ୍ତୁ ସେମାନେ କହିଥିଲେ ଆମର ଜଳ ପ୍ରବାହ କରିବାର ଅଛି କହି ମୋୃତଦେହ ଫୋପାଡି ସେଠାରେ ପଳାଇଥିଲେ । ଘଟମା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେପଟେ ଯେଉଁ ଯୁବକ ନଦୀକୁ ମୃତଦେହ ଫୋପାଡିଥିଲେ ମୃତ ବ୍ୟକ୍ତିଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ସବୁଠି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *