ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଭୁବନେଶ୍ବର, (ଓଡିଶା ଟାଇମ ) : ବାଲିଅନ୍ତା ତହସିଲଦାରଙ୍କୁ ମିଳିଲା ଜାମିନ୍ । ତହସିଲଦାରଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ଲାଞ୍ଚ ନେବା ଅଭିଯୋଗରେ ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍ ।

ସୂଚନାଯୋଗ୍ୟ ଯେ, ଗତ ୪ ତାରିଖରେ ଲାଞ୍ଚ ନେବା ଅଭିଯୋଗରେ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିଲା । ତହସିଲଦାରଙ୍କ ସମେତ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଗିରଫ କରିଥିଲା ଭିଜିଲାନ୍ସ । ଡାଟା ଏଣ୍ଟ୍ରି ଅପରେଟର ଜଣଙ୍କ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିଲେ ।

ଭୁବନେଶ୍ଵରର କୈଳାସ ରଥଙ୍କ ଜମିର କିସମ ବଦଳାଇବା ପାଇଁ କେସ୍ ନମ୍ବର ୨୦୩/୨୦୨୦ ରେ ବାଲିଅନ୍ତା ତହସିଲଦାର ଟଙ୍କା ଡିମାଣ୍ଡ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ଵର କହିଥିଲେ । ଫଳରେ ତହସିଲ ଅଫିସ୍ ନିକଟରୁ କୈଳାସଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ନେଇଥିଲେ । ଖବର ପାଇ ପୂର୍ବ ଯୋଜନା ଅନୁଯାୟୀ ତହସିଲ କାର୍ଯ୍ୟାଳୟ ନିକଟର ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ ।

Leave a Reply

Your email address will not be published. Required fields are marked *