ବାଲେଶ୍ଵର ସଦର ଉପ ନିର୍ବାଚନ: ବାଜି ମାରିଲା ବିଜେଡି
ବାଲେଶ୍ଵର, (ଓଡିଶା ଟାଇମ୍) : ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୧୩,୧୯୫ ଭୋଟ୍ରେ ପରାସ୍ତ କରିଛନ୍ତି। ଏଥିସହ ବିଜେପିକୁ ଝଟକା ଲାଗିଛି। ବିହାର ଏବଂ ମଧ୍ୟ ପ୍ରଦେଶ ନିର୍ବାଚନର ପରିଣାମକୁ ଓଡିଶା ବିଜେପି ରାଜ୍ୟରେ ଦୋହରାଇ ପାରିନାହିଁ। ଏଥିସହ ବିଜେଡି ବିଜେପି କବ୍ଜାରେ ଥିବା ବାଲେଶ୍ଵର ସଦରକୁ ନିଜ ହାତକୁ ଆଣିବାରେ ସଫଳ ହୋଇଛି। ବିଜେପି ନିଜ ଗଡକୁ ବଞ୍ଚାଇବାରେ ବିଫଳ ହୋଇଛି।
ବିଜେପି ପକ୍ଷରୁ ସ୍ଵର୍ଗତ ମଦନମୋହନଙ୍କ ପୁତ୍ର ମାନସ ମୋହନ ଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ଦଳ ସହାନୁଭୂତି ଭୋଟ୍ ହାସଲ କରି ବିଜୟୀ ହେବ ବୋଲି ଆଶା କରିଥିଲା। ସେପଟେ ବିଜେଡିର ପ୍ରାର୍ଥୀ ଥିଲେ ସ୍ଵରୂପ ଦାସ। କଂଗ୍ରେସ ମମତା କୁଣ୍ଡୁଙ୍କୁ ମଇଦାନକୁ ଓହ୍ଲାଇଥିଲା। ହେଲେ ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ ମାନସଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ବିଜେପିର ସବୁ ପ୍ରୟାସ ବିଫଳ ହୋଇଛି।
ଏହି ପରାଜୟ ପରେ ବିଧାନସଭାରେ ବିଜେଡିର ବିଧାୟକ ସଂଖ୍ୟା ୧୧୪କୁ ବୃଦ୍ଧି ଘଟିଥିବା ବେଳେ ବିଜେପି ଗୋଟିଏ ହ୍ରାସ ଘଟି ୨୨ରେ ରହିଛି।