ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁ ସିଲ୍

ବଲାଙ୍ଗୀର, (ଓଡିଶା ଟାଇମ୍) : ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁ ବିଭାଗରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ଆଇସିୟୁକୁ ସିଲ୍ କରାଯାଇଛି । ତେବେ ଏନେଇ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ଆଇସିୟୁରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହ ସ୍ବତନ୍ତ୍ର ଆଇସିୟୁ ପାଇଁ ବ୍ୟବସ୍ଥା କରାଯାଇଥିବା ସୁପରିଟେଣ୍ଡେଣ୍ଟ କହିଛନ୍ତି ।

କରୋନା ସଙ୍କଟ ବେଳେ ହସ୍ପିଟାଲକୁ ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି । ସେମାନଙ୍କୁ ଆଶୁ ଚିକିତ୍ସା ବିଭାଗ, ଓପିଡି ଆଉଟଡୋର ସହ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ସହ ମା ଓ ଶିଶୁ ବିଭାଗରେ ଚିକିତ୍ସା କରାଯାଉଛି । ତେବେ ଅତି ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯାଇଥିଲା । ସେଥିମଧ୍ୟରୁ ଦୁଇ ଜଣ ରୋଗୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା ।ଏନେଇ ଆଜି ଆଇସିୟୁରୁ ରୋଗୀଙ୍କୁ ସ୍ଥାନାନ୍ତରିତ କରିବା ସହ ତାକୁ ସିଲ୍ କରାଯାଇଛି ।

ଆଇସିୟୁର ବ୍ୟବସ୍ଥା କରାଯିବା ସହ ରୋଗୀଙ୍କୁ ପାଇଁ ଆଇସିୟୁର ଦରକାର ପଡିଲେ କୌଣସି ଅସୁବିଧା ହେବନାହିଁ ବୋଲି କହିଛନ୍ତି ସୁପରିଟେଣ୍ଡେଣ୍ଟ ।

Leave a Reply

Your email address will not be published. Required fields are marked *