ଭିଜିଲାନ୍ସ ଜାଲରେ ବ୍ୟାଙ୍କ ମ୍ୟାନେଜର

ଭୁବନେଶ୍ବର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ବ୍ୟାଙ୍କ ମ୍ୟାନେଜର । କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ଲାଠୋର ଶାଖାର ମ୍ୟାନେଜର ସାଗର ରଣାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମ୍ୟାନେଜରଙ୍କ ଘରେ ଚାଲିଛି ଖୋଳତାଡ । ଟିଟିଲାଗଡ ବୟଜ ହାଇସ୍କୁଲ ପଡା ସ୍ଥିତ ନିଜ ଘର, ଘୁନସର ସ୍ଥିତ ଶ୍ଵଶୁର ଘରେ ଏକକାଳୀନ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ବ୍ୟାଙ୍କ୍ ଆକାଉଣ୍ଟ ପାସବୁକ୍ ର ତଦନ୍ତ ଚଳାଇଛି ଭିଜିଲାନ୍ସ ଟିମ୍ । ତେବେ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି, ଟଙ୍କାପଇସା ଜବତ ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ ।

ସେପଟେ କଳହାଣ୍ଡି କୁସୁମଖୁନଟି ଇନ୍ଦ୍ରାବତୀ ଡିଭିଜନର ପୂର୍ବତନ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିଲା । ଏହି ଚଢାଉରେ ଭିଜିଲାନ୍ସକୁ ପ୍ରାୟ ୨ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ମିଳିଥିବା ସୂଚନା ରହିଛି । ରମେଶ ଚନ୍ଦ୍ର ପଣ୍ଡାଙ୍କ ଧର୍ମଗଡ ସ୍ଥିତ ବାସଭବନର ମୂଲ୍ୟ ୩୫ ଲକ୍ଷ ଟଙ୍କା । ଧର୍ମଗଡରେ ଗୋଟିଏ ଲଜ୍‌ ଠାବ ହେଉଛି । ଯାହାର ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ, ଗୋଟିଏ  ହୁଣ୍ଡାଇ କ୍ରେଟା କାର୍‌, ନଗଦ ୧୧ ଲକ୍ଷ ଟଙ୍କା, ଘରୁ ୮୫୦ଗ୍ରାମ ସୁନା ତଥା ଲକରରୁ ୫୯୨ ଗ୍ରାମର ସୁନା ଠାବ କରିଛି ଭିଜିଲାନ୍ସ ।

Leave a Reply

Your email address will not be published.