ବିପଦ ସଂକେତ ଟପିଲା ବୈତରଣୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗିରହିଛି । ବର୍ଷା ଯୋଗୁଁ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳପତ୍ତନ ବିପଦ ସଙ୍କେତ ଟପିଛି । ଭଦ୍ରକ ଜିଲା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳପତ୍ତନ ବିପଦ ସଙ୍କେତ ଟପିଛି।ଏଠାରେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଛି ।
ବର୍ତ୍ତମାନ ଏଠାରେ ନଦୀର ଜଳସ୍ତର ୩୮.୪୦୦ ମିଟର ରହିଥିବା ଜଣାପଡ଼ିଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା ଆନନ୍ଦପୁର ଉପଜିଲ୍ଲାପାଳ କହିଛନ୍ତି।