ବୈତରଣୀ ନଦୀରେ ଭାସୁଛି ମହିଳାଙ୍କ ମୃତଦେହ

ଆନନ୍ଦପୁର, (ଓଡିଶା ଟାଇମ୍): କେନ୍ଦୁଝର ଜିଲ୍ଲା  ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀର ଗିରିଗାଁ ଘାଟ ନିକଟ ନଦୀ ଗର୍ଭରେ ଭାସୁଛି ମୃତଦେହ । ନଦୀରେ  ଜଣେ ମହିଳାଙ୍କ ମୃତଦୋହ ଭାସୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଗୁରୁବାର ସକାଳେ ନଦୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ଦେବାପରେ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିଥିଲା । ମୃତ ମହିଳାଙ୍କ ମୁହଁ କଳା ପଡିଯାଇଥିବା ମୁହଁରେ ଆଘାତ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରି ନାହାଁ  । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *