ଜୁନରେ ପରସ୍ପରକୁ ଭେଟିବେ ବାଇଡେନ୍ ଓ ପୁଟିନ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆସନ୍ତା ଜୁନରେ ଋଷ ରାଷ୍ଟ୍ରପତିଙ୍କୁ ଭେଟିବେ। ବାଇଡେନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।
ବାଇଡେନ୍ ପ୍ରଶାସନର ଆରମ୍ଭରୁ ଆମେରିକା ଓ ଋଷ ମଧ୍ୟରେ ଅନେକ ପ୍ରସଙ୍ଗରେ ବିବାଦ ଦେଖିବାକୁ ମିଳିଛି । ଉଭୟ ନେତା ୟୁକ୍ରେନ ବିବାଦଠୁ ଆରମ୍ଭ କରି ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ପରସ୍ପରକୁ ବିରୋଧ କରିଛନ୍ତି ।
ତେବେ ବାଇଡେନ୍ ଓ ପୁଟିନ ଜେନେଭାରେ ପରସ୍ପର ସହ ଶିଖର ବାର୍ତ୍ତା କରିବେ । ହ୍ୱାଇଟ୍ ହାଉସ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଉଭୟ ନେତା ଜୁନ ୧୬ରେ ସାକ୍ଷାତ କରିବେ । ହ୍ୱାଇଟ୍ ହାଉସ୍ ପ୍ରବକ୍ତା ଜେନ୍ ସାକି ଏକ ବୟାନରେ କହିଛନ୍ତି ଯେ, ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହ ଆମେରିକା ଋଷ ସହ ସମ୍ପର୍କରେ ସ୍ଥିରତା ଆଣିବାକୁ ଚାହୁଁଥିବା ସେ କହିଛନ୍ତି ।