ମଦ ପିଉଛନ୍ତି କି ? ସାବଧାନ୍, ହୋଇପାରେ ଏହି ୯ଟି ସାଙ୍ଘାତିକ୍ ରୋଗ
(ଓଡିଶା ଟାଇମ୍) : ଶରୀର ପାଇଁ ମଦ କ୍ଷତିକାରକ । ଏହା ଜାଣି ବି ଲୋକେ ମଦ ପିଅନ୍ତି । ଖୁସି ଏବଂ ଦୁଃଖ ସମୟରେ ମଦ ପିଇବାର ମାତ୍ରାକୁ ବଢାଇଦେଇଥାଆନ୍ତିି । ତେବେ ଏହି ମଦ ପିଇବା ଦ୍ୱାରା ଆମକୁ ୯ଟି ରୋଗ ହୋଇଥାଏ ଏବଂ ଆମ ଶରୀର ଉପରେ ଏହାର କଣ କୁପ୍ରଭାବ ପଡେ ଆସନ୍ତୁ ଜାଣିବା ।
ମଦ ପାଇଁ ହେଉଥିବା ୯ଟି ରୋଗ :
୧.ପ୍ରଥମେ ଦାନ୍ତ ଉପରେ ପଡିଥାଏ ଏହାର କୁପ୍ରଭାବ
ମଦ ପିଇବା ସମୟରେ ହିଁ ଏହାର ପ୍ରଭାବ ଆମ ଦାନ୍ତ ଓ ଗଳା ଉପରେ ପଡିଥାଏ । କ୍ଷତିକାରକ ଟକ୍ସିକ ପାଇଁ ଦାନ୍ତ ଅସମୟରେ ଝଡିଥାଏ ଓ ଗଳା ମଧ୍ୟ ବାରମ୍ବାର ପ୍ରଭାବିତ ହୁଏ । କମ କସମୟରେ କଣ୍ଟ କର୍କଶ ହୋଇଯାଏ । ବିଶାକ୍ତ ଟକ୍ସିକ ପାଇଁ ଗଳା କର୍କଟ ହେବାର ଆଶଂକା ଅଧିକ ଥାଏ । ଗଳାରେ ଥିବା କୋଷ ଗୁଡିକ କମଜୋର ହୋଇଯାଏ ତେଣୁ ମଦ ଠାରୁ ଦୂରେଇ ରୁହନ୍ତୁ ।
୨. ଜିହ୍ୱାକୁ କ୍ଷତି ପହଞ୍ଚାଇଥାଏ ମଦ
ମଦ ପିଇବା ଦ୍ୱାରା ଆମ ଜିଭ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ । ମଦ ପିଇଲେ ବେଳେ ବେଳେ ଆମ ଜିଭରେ ଖଣ୍ଡିଆ ହୋଇଥାଏ । ଖାଦ୍ୟର ସ୍ୱାଦକୁ ମଧ୍ୟ ଏହା ଖରାପ କରିଦେଇଥାଏ । ଲୋକମାନେ ମଦ ପିଇଲେ ନିଜ କଥା ଉପରେ ମଧ୍ୟ ଆୟତ କରିପାରନ୍ତିନି
୩. ଯକୃତକୁ ପ୍ରଭାବିତ କରିଥାଏ
ମଦର ପ୍ରଭାବ ଯକୃତ ଉପରେ ପଡିଥାଏ । ମଦ ପିିଇବା ଦ୍ୱାରା ଏହା ପ୍ରଥମେ ଯକୃତକୁ ଯାଇ ପରେ ସାରା ଶରୀରକୁ ପ୍ରଭାବିତ କରିଥାଏ । ଯାହାକି ରକ୍ତ ସଞ୍ଚାଳନରେ ବାଧା ଉପୁଯାଇଥାଏ । ମଦ ପିଇଲେ ଯକୃତ ବହୁତ ଜଲଦି ଖରାପ ହୋଇଯାଏ ।
୪. ମଦ ପେଟ ସମସ୍ୟା ସୃଷ୍ଟି କରିଥାଏ
ମଦ ଆମ ପେଟ ଉପରେ ଖରାପ ପ୍ରଭାବ ପକାଇଥାଏ । ଖାଇବାରେ ଯେଉଁ ପୋଷକ ତତ୍ତ୍ୱ ଥାଏ ଏହା ତାକୁ ବିଷାକ୍ତ କରିଥାଏ । ମଦ ପିଇବା ଦ୍ୱାରା ଏହା ଆମ ଭିତରେ ଥିବା ସବୁ ଭିଟାମିନକୁ ମଧ୍ୟ ନଷ୍ଟ କରିଥାଏ ।
୫. ହୃତପିଣ୍ଡ ଉପରେ ପକାଇଥାଏ ଖରାପ ପ୍ରଭାବ
ମଦ ଆମ ହୃତପିଣ୍ଡ ଉପରେ ଖରାପ ପ୍ରଭାବ ପକାଇ ଥାଏ । ମଦ ପିଇବା ଦ୍ୱାରା ଆମ ହୃତପିଣ୍ଡ ବା ହାର୍ଟ ଜୋରରେ ଧକ ଧକ ହୋଇଥାଏ । ଯାହା ହୃଦ୍ଘାତର କାରଣ ହୋଇଥାଏ । ମଦ ହୃତପିଣ୍ଡକୁ ଦୁର୍ବଳ କରିଦିଏ ।
୬. ଛୁଆ ଉପରେ ପଡିଥାଏ ଏହାର ଖରାପ ପ୍ରଭାବ
ଗର୍ଭବତୀ ଥବା ସମୟରେ ଯଦି ଜଣେ ମହିଳା ମଦ ପିଇଥାଆନ୍ତି ତେବେ ଏହାର ପ୍ରଭାବ ପେଟରେ ଥିବା ଛୋଟ ଛୁଆ ଉପରେ ପଡିଥାଏ । ଶିଶୁର ବିକାଶରେ ବାଧା ପ୍ରାପ୍ତ ହୋଇଥାଏ ।
୭. ଆଖିକୁ ପ୍ରଭାବିତ କରିଥାଏ
ଅଧିକ ସମୟ ମଦ ପିଇଲେ ଏହାର ପ୍ରଭାବ ଆମ ଆଖି ଉପରେ ପଡିଥାଏ । ଆଖିକୁ ଭଲ ଦେଖାଯାଇନଥାଏ ।
୮. ପାନକ୍ରିୟାଜ
ପାନକ୍ରିୟାଜ ଜନିତ ସମସ୍ତ ରୋଗ ମଦ ପିଇବା ଦ୍ୱାରା ହୋଇଥାଏ । ପାନକ୍ରିୟାଜ ସଂକ୍ରମିତ ହେଲେ ଏହା ମୃତ୍ୟୁର କାରଣ ମଧ୍ୟ ହୋଇଥାଏ ।
୯. ଯୌନ ଜୀବନ ଉପରେ ପଡିଥାଏ କୁପ୍ରଭାବ
ଯୌନଗୋଗ ସମସ୍ୟା ମଦ ପିଇବା ଦ୍ୱାରା ହୋଇଥାଏ । ମଦ ପିଇବା ଦ୍ୱାରା ସେକ୍ସ ହରମୋନ୍ ଉପରେ ଏହାର କୁ-ପ୍ରଭାବ ପଡିଥାଏ ।