କର୍ଲାପାଟ ଅଭୟାରଣ୍ୟରେ ସଙ୍କଟରେ ଗଜରାଜ, ଆଉ ଏକ ହାତୀ ଛୁଆର ମୃତଦେହ ଠାବ
କଳାହାଣ୍ଡି, (ଓଡିଶା ଟାଇମ୍) :କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭ କୁ ପହଂଚିଛି । ଶନିବାର ଘୁଷୁରୀଗୁଡି ନାଳ ନିକଟରୁ ଆଉ ଏକ ହାତୀ ଛୁଆର ଗଳିତ ମୃତ ଦେହ ଠାବ ହୋଇଛି।
କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କେନ୍ଦ୍ରୀୟ ଟିମ୍ ଅଭୟାରଣ୍ୟରେ ଅନୁଧ୍ୟାନ ପରେ ହାତୀ ମୃତ୍ୟୁର କାରଣ ଜାଣିବାକୁ ଟିମ ସଂଗ୍ରହ କରିଥିବା ନମୁନା ଇନ୍ଦୋର ଆଇଭିଆରଆଇ ଲାବୋରାଟାରୀ ପଠାଯିବ। ରିପୋର୍ଟ ଆସିବା ପରେ ସ୍ପଷ୍ଟ ଜଣାପଡିବ। ହେଲେ ପ୍ରାଥମିକ ତଦନ୍ତରୁ ମୃତକ ମଧ୍ୟରେ ୫ ହାତୀ ଗର୍ଭବତୀ ରହିଥିଲେ ତେଣୁ ସଂକ୍ରମଣ ମୃତ୍ୟୁର କାରଣ ହୋଇଥାଇପାରେ ବୋଲି କୁହାଯାଉଛି ।
ତେବେ ହ୍ୟୁମେରିଜକ ସେପ୍ଟିସେମିଆ ମୃତ୍ୟୁର କାରଣ କି ନାହିଁ ଲାବୋରାଟାରୀର ରିପୋର୍ଟ ପରେ ସ୍ପଷ୍ଟ ହେବ। ହେଲେ ହାତୀ କିପରି ସଂକ୍ରମିତ ହେଲେ ଅନୁଧ୍ୟାନର ଆବଶ୍ୟକତା ରହିଛି। ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ ଆଉ ଏକ ମାସ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନକୁ କମିଟି ପରାମର୍ଶ ଦିଆଯାଇଛି। ହେଲେ ହାତୀ ମୃତ୍ୟୁ ପରେ ନିଆଯାଇଥିବା ପଦକ୍ଷେପ ଉପରେ କମିଟି ସନ୍ତୋଷ ବ୍ୟକ୍ତ କରିଛନ୍ତି।











