୨୮ ବର୍ଷ ପରେ ଆସିଲା ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ଚୂଡ଼ାନ୍ତ ରାୟ : ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ କୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ୨୮ ବର୍ଷ ପରେ ବହୁ ପ୍ରତିକ୍ଷିତ ବାବ୍ରି ମସଜିଦ୍ ମାମଲାର ଶୁଣାଣି ବୁଧବାର ସିବିଆଇର ସ୍ୱତନ୍ତ୍ର କୋର୍ଟ କରିଛନ୍ତି। ମସଜିଦ ଭାଙ୍ଗିବା ନେଇ କୌଣସି ଷଡ଼ଯନ୍ତ୍ର ହୋଇ ନ ଥିଲା । ବାବ୍ରୀ ଭଙ୍ଗା ପୂର୍ବ ନିର୍ଦ୍ଧାରିତ ଯୋଜନ ନ ଥିଲା ବୋଲି ବିଚାରପତି ଏସ.କେ ଯାଦବ କହିଛନ୍ତି। ଏହି ମାମଲାରେ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ସିବିଆଇ ସ୍ପେଶାଲ କୋର୍ଟ ଦୋଷ ମୁକ୍ତ କରିଛନ୍ତି ।

ସୂଚନା ମୁତାବକ,  ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ମୋଟ୍ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହା ମଧ୍ୟରୁ ୧୭ ଅଭିଯୁକ୍ତଙ୍କର ପରଲୋକ ଘଟିଛି । ଅନ୍ୟ ୩୨ ଅଭିଯୁକ୍ତଙ୍କ ମଧ୍ୟରେ  ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମହନ୍ତ ନୃତ୍ୟ ଗୋପାଳ ଦାସ, ସାକ୍ସି ମହାରାଜ, ବିନୟ କଟିୟାର, ଧରମଦାସ, ବେଦାନ୍ତୀ, ଲାଲୁ ସିଂ, ଚମ୍ପତ ରାୟ, ପବନ ପାଣ୍ଡେ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ ଏବଂ ଉମାଭାରତୀ ପ୍ରମୁଖ ଥିଲେ ।

୧୯୯୨ ମସିହା  ଡିସେମ୍ୱର ୬ ତାରିଖରେ ବାବ୍ରି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ଉତ୍ତରପ୍ରଦେଶରେ ବ୍ୟାପକ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ୨୮ ବର୍ଷ ଧରି ଚାଲିଥିବା ଏହି ମାମଲାରେ ୩୫୧ ଜଣ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ୬୦୦ଟି  ଦସ୍ତାବିଜ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *