୯ ମାସର ପରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର
ଭଦ୍ରକ, (ଓଡିଶା ଟାଇମ୍) : ମହାମାରୀ କରୋନା ପାଇଁ ଦୀର୍ଘ ୯ମାସ ପରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସୋମବାର ଭକ୍ତମାନଙ୍କ ପାଇଁ ଖୋଲିଛି। ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ନେଇ ଜିଲାପାଳ ଡ. ଜ୍ଞାନ ଦାସ ଘୋଷଣା କରିଥିଲେ।
ଶୃଙ୍ଖଳିତ ଦର୍ଶନ ନିମନ୍ତେ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀର ଉତ୍ତର ପାର୍ଶ୍ବ ଠାରୁ ମନ୍ଦିର ଦକ୍ଷିଣଦ୍ୱାର ପ୍ରର୍ଯ୍ୟନ୍ତ ବ୍ୟାରିକେଡ ନିର୍ମାଣ କରାଯାଇଛି। ୨୮ ଓ ୨୯ରେ ସେବାୟତ ପରିବାରଙ୍କ ଦର୍ଶନ କରାଯିବା ସହିତ ୩୦ଓ ୩୧ରେ ସ୍ଥାନୀୟ ୪ଟି ପଞ୍ଚାୟତର ଲୋକ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ସେହିପରି ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ ତଥା ନୂଆବର୍ଷର ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବା ପରେ ୩ରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଦ୍ୱାର ଫିଟା ଯିବ। ଦର୍ଶନ ନିମନ୍ତେ ସକାଳ ୭ଟା ଠାରୁ ସଂଧ୍ୟା ୫ଟା ଯାଏଁ ମନ୍ଦିର ଖୋଲା ରହିବ। ଦର୍ଶନାର୍ଥୀମାନେ ମନ୍ଦିର ମଧ୍ୟକୁ କୈାଣସି ପୂଜା ସାମଗ୍ରୀ ଓ ଦୀପ ନେଇପାରିବେ ନାହିଁ। ମନ୍ଦିର ବାହାରେ ଓ ଭିତରେ ସେବାୟତ ଓ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ। ୧୦ବର୍ଷରୁ କମ ଶିଶୁ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମନ୍ଦିର ପ୍ରବେଶ ମନା କରାଯାଇଛି। ମନ୍ଦିର ପରିସରରେ ପୂଜାର୍ଚ୍ଚନା ଓ ପ୍ରସାଦ ସେବନକୁ ବାରଣ କରାଯାଇଛି।