ଆକାଉଂଟ୍ ଏଗ୍ରିଗେଟର ଫ୍ରେମ୍‌ୱର୍କରେ ଆକ୍ସିସ୍ ବ୍ୟାଙ୍କ ସାମିଲ

ଭୁବନେଶ୍ୱର,(ଓଡିଶା ଟାଇମ୍) :  ଦେଶର ତୃତୀୟ ବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ
ଏକ ଆର୍ଥିକ ସୂଚନା ପ୍ରଦାନକାରୀ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆକାଉଂଟ୍ ଏଗ୍ରିଗେଟର ଫ୍ରେମ୍‌ୱର୍କରେ ସାମିଲ ହୋଇଛି । ଆକାଉଂଟ୍ ଏଗ୍ରିଗେଟର ହେଉଛି ଏକ ଡିଜିଟାଲ୍ ପ୍ଲାଟଫର୍ମ ଯେଉଁଥିରେ ଗ୍ରାହକଙ୍କ ଅନୁମତିରେ ବିଭିନ୍ନ ନିୟନ୍ତ୍ରିତ ସଂସ୍ଥା ମଧ୍ୟରେ ଗ୍ରାହକଙ୍କ ସମ୍ପର୍କିତ ଆର୍ଥିକ ସୂଚନାକୁ ସହଜରେ ଆଦାନ ପ୍ରଦାନ ଓ ବ୍ୟବହାର କରାଯାଇପାରିବ ।

ଆକାଉଂଟ୍ ଏଗ୍ରିଗେଟର ବ୍ୟବସ୍ଥାରେ ବ୍ୟକ୍ତିବିଶେଷ ଓ ଏସ୍‌ଏମ୍‌ଇ ଗୁଡ଼ିକ ନିୟନ୍ତ୍ରିତ ସଂସ୍ଥା ସହିତ ସୁରକ୍ଷିତ ଭାବେ ଏବଂ ବାସ୍ତବ ସମୟରେ ତଥ୍ୟ ଆଦାନପ୍ରଦାନ କରିପାରିବେ । ପାରମ୍ପରିକ ବ୍ୟବସ୍ଥାରେ ଏଥିପାଇଁ ପ୍ରତ୍ୟକ୍ଷ ଭାବେ ଆସିବାକୁ ପଡ଼ୁଥିଲା ଏବଂ ତାହା ସମୟ ସାପେକ୍ଷ ଥିଲା । ବିଭିନ୍ନ ଆର୍ଥିକ ଅନୁଷ୍ଠାନଠାରୁ ତଥ୍ୟ ନେବା ଦ୍ୱାରା ଉନ୍ନତ ନିୟନ୍ତ୍ରଣ ହାସଲ ହୋଇପାରିବ ଏବଂ ନିଷ୍ପତି ଗ୍ରହଣ ପ୍ରକ୍ରିୟା ସ୍ମାର୍ଟ ହେବ । ଆର୍ଥିକ ଅନୁଷ୍ଠାନଗୁଡ଼ିକ ଗ୍ରାହକଙ୍କୁ ସୁହାଇବା ଭଳି ଡିଜିଟାଲ ଉତ୍ପାଦ ପ୍ରଦାନ କରିବେ । ଏହା ଦ୍ୱାରା ଟର୍ଣ୍ଣ ଆରାଉଣ୍ଡ ସମୟ ହ୍ରାସ ପାଇବ । ଏହି ଅବସରରେ ସମୀର ସେଟ୍ଟି, ଇଭିପି ଓ ମୁଖ୍ୟ-ଡିଜିଟାଲ ବ୍ୟାଙ୍କିଙ୍ଗ,
ଆକ୍ସିସ ବ୍ୟାଙ୍କ କହିଛନ୍ତି ଯେ, “ଆକାଉଂଟ ଏଗ୍ରିଗେଟରର ଅନ୍ୟତମ ଆଗୁଆ ଗ୍ରହଣକାରୀ ହୋଇଥିବାରୁ ଆମେ ଆନନ୍ଦିତ ଓ ଆମର ଦୃଢ଼ ବିଶ୍ୱାସ ରହିଛି ଯେ ଆଗାମୀ ବର୍ଷଗୁଡ଼ିକରେ ଏହା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ପରିବର୍ତନ ଆଣିପାରିବ । ଚୂଡ଼ାନ୍ତ ବ୍ୟବହାରକାରୀଙ୍କ ସମ୍ପର୍କିତ ତଥ୍ୟ ଆର୍ଥିକ ଅନୁଷ୍ଠାନଗୁଡ଼ିକ ପାଇଁ ଅନେକ ସମ୍ଭାବନା ଜାଗ୍ରତ କରିବ ଯଦ୍ୱାରା ସେମାନେ ଗ୍ରାହକଙ୍କୁ ଅଭିନବ ଡିଜିଟାଲ ସେବା ପ୍ରଦାନ କରିପାରିବେ । ଜଣେ ଗଭର୍ଣ୍ଣିଂ ପରିଷଦ ସଦସ୍ୟ ଭାବେ ଆକ୍ସିସ୍ ବ୍ୟାଙ୍କ ସହମତି ସହିତ ମିଳିତ ଭାବେ କାମ କରିବ ।’’ ବିଜି ମହେଶ, ସହ ପ୍ରତିଷ୍ଠାତା, ଡିଜି ସହମତି ଫାଉଣ୍ଡେସନ କହିଛନ୍ତି ଯେ, “ଆକାଉଂଟ ଏଗ୍ରିଗେଟର ପାଇଁ ଆକ୍ସିସ୍ ବ୍ୟାଙ୍କ ଭଳି ଏକ ବଡ଼ ସଂସ୍ଥାର ସହଯୋଗ ମିଳିବା ଭାରତରେ ଉନ୍ମୁକ୍ତ ବ୍ୟାଙ୍କିଙ୍ଗ ଆନ୍ଦୋଳନକୁ ବଡ଼ ଶକ୍ତି ପଦାନ କରିବ ଏବଂ ଦେଶରେ ଆର୍ଥିକ ସେବାର ପ୍ରସାର କରିବାରେ ଏହା ବ୍ୟାପକ ପ୍ରଭାବ ପକାଇବ ।’’ 

 

 

 

Leave a Reply

Your email address will not be published. Required fields are marked *