ଜାମ୍ମୁ କାଶ୍ମୀର ଅଓ୍ୱନ୍ତିପୋରାରେ ସୁରକ୍ଷା ବାହିନୀକୁ ସଫଳତା, ଏନକାଉଣ୍ଟରରେ ଟଳିଲେ ଜଣେ ଆତଙ୍କୀ
କାଶ୍ମୀରର,(ଓଡିଶା ଟାଇମ୍): ଜାମ୍ମୁ କାଶ୍ମୀରର ଅୱାନ୍ତିପୋରାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦିକୁ ମାରି ଗଡାଇବାରେ ସକ୍ଷମ ହୋଇଛନ୍ତି ସେନା । କାଶ୍ମୀର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି ।
ବାସ୍ତବରେ ଅୱାନ୍ତିପୋରାରେ ବାରାଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ଖବର ପାଇବା ପରେ ପୋଲିସ ଏବଂ ସେନା ପହଞ୍ଚିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହା ପରେ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିଲେ । ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ବାନ୍ଦିପୋରାର ଗୁଲଶନ ଚୌକରେ ଆତଙ୍କବାଦୀମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ ।
ଏହି ଆକ୍ରମଣରେ ଦୁଇ ସେନା ସହିଦ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ଆତଙ୍କବାଦୀ ଆକ୍ରମଣରେ ମହମ୍ମଦ ସୁଲତାନ ଏବଂ ଫାୟାଜ ଅହମ୍ମଦ ଆହତ ହୋଇଥିଲେ। ଏହା ପରେ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଏହି ଅଞ୍ଚଳକୁ କର୍ଡନ କରାଯାଇଛି ବୋଲି କାଶ୍ମୀର ଜୋନ୍ ପୋଲିସ କହିଛି।
जम्मू-कश्मीर: अवंतीपोरा में सुरक्षाबलों और आतंकवादियों के बीच चल रही मुठभेड़ में एक आतंकवादी मारा गया। (तस्वीरें वर्तमान समय के अनुसार नहीं हैं) pic.twitter.com/B5i213E2zu
— ANI_HindiNews (@AHindinews) December 12, 2021