ମା’ ଝିଅଙ୍କୁ ଛୁରାମାଡ଼ ଘଟଣା; ହସ୍ପିଟାଲରୁ ଡିସଚାର୍ଜ ଅଭିଯୁକ୍ତଙ୍କୁ ଅଟକ ରଖିଲା ପୁଲିସ୍‌

ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ବର ଶୈଳଶ୍ରୀ ବିହାରରେ ମହିଳା ବେଶରେ ପଡୋଶୀଙ୍କ ଘରେ ପଶି ଛୁରାମାଡ କରିଥିବା ରୂପେଶ ପଣ୍ଡା ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆକ୍ରମଣକାରୀ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି ପୋଲିସ । ରୂପେଶଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି । ସେପଟେ ଆହତ ମହିଳାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଶୈଳାଶ୍ରୀ ବିହାର VIM-୧୮୬ ନମ୍ବର ଘରେ ପଶି ମା’-ଝିଅଙ୍କୁ ଆକ୍ରମଣ କରିଥିଲେ ରୂପେଶ । ଝିଅ ପୋଷାକରେ ଘରେ ପଶି କରିଥିଲେ ଆକ୍ରମଣ । ଯୁବକ ଜଣକ ହାତରେ ଏକ ବଡ ଛୁରୀ, ଖେଳନା ପିସ୍ତଲ ସହ ଗ୍ଲୋବସ ପିନ୍ଧି ପଡୋଶୀଙ୍କ ଘରେ ପଶିଥିବା ଜଣା ପଡିଥିଲା । ଯୁବକ ଜଣଙ୍କ ପ୍ରଥମେ ଛୁରୀରେ ଯୁବତୀଙ୍କୁ ଆକ୍ରମଣ କରିବା ବେଳେ ଯୁବତୀଙ୍କ ପ୍ରତି ଆକ୍ରମଣରେ ଯୁବକ ଜଣକ ବି ଆହତ ହୋଇଥିଲେ ।

Leave a Reply

Your email address will not be published.