ପଶ୍ଚିମବଙ୍ଗରେ କାର୍ଯ୍ୟରତ ସାମ୍ୱାଦିକଙ୍କ ଉପରେ ଆକ୍ରମଣ

କୋଲକାତା, (ଓଡିଶା ଟାଇମ୍) : ପଶ୍ଚିମବଙ୍ଗରେ କାର୍ଯ୍ୟରତ ସାମ୍ୱାଦିକଙ୍କ ଉପରେ ଆକ୍ରମଣ । ଜାତୀୟ ସ୍ତରୀୟ ଗଣମାଧ୍ୟମ ଜନ କି ବାତର ସାମ୍ୱାଦିକ ଅମନ ଓ ଅଭିକଙ୍କ ଉପରେ ଏହି ଆକ୍ରମଣ କାରଯାଇଛି । ପଶ୍ଚିମବଙ୍ଗର ଦୁର୍ଗାପୁରରେ ମମତା ବାନାର୍ଜୀ ସରକାରର ସ୍ୱାସ୍ଥ୍ୟ ସାଥୀ ଯୋଜନାରେ କାର୍ଯ୍ୟକ୍ଷମକୁ ନେଇ ଖବର ପ୍ରସାରଣ କରୁଥିବା ସମୟରେ ଏହି ଆକ୍ରମଣ କରାଯାଇଛି ।

ଟିଏମସିର କିଛି ସମର୍ଥକ ଏକ ମେଡିକାଲ ନିକଟରେ ଏହି ଆକ୍ରମଣ କରିଛନ୍ତି । ଯୋଜନା ଦ୍ୱାରା ଲାଭ ପାଇନଥିବା ହିତାଧିକାରୀଙ୍କ ଠାରୁ ଖବର ସଂଗ୍ରହ କରୁଥିବା ସମୟରେ ସାମ୍ୱାଦିକ ଅମନ ଓ ଅଭିକଙ୍କୁ ଆକ୍ରମଣ କରାଯାଇଥିଲା । ଅମନଙ୍କ ଫୋନ ନେବା ସହ ଅଭିକଙ୍କୁ ଗଭୀର ଆଘାତ ଦେଇଥିଲେ ।

ଏହାର ଅର୍ଥ କଣ ବେଙ୍ଗଲରେ କୌଣସି ଦୁର୍ନୀତି ବିରୋଧରେ ଖବର ପ୍ରସାରଣ କରାଯିବ ନାହିଁ । ଏହାକୁ ନେଇ ଜନ କି ବାତର ସମ୍ପାଦକ ପ୍ରଦୀପ ଭଣ୍ଡାରୀ ପଶ୍ଚିମବଙ୍ଗରେ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *