ରାଜଧାନୀର ସିଆର୍‌ପି ଛକରେ ଭୟଙ୍କର ହତ୍ୟାକାଣ୍ଡ : ଗୋଡେଇ ଗୋଡେଇ ହାଣିଲେ , ଜଣେ ମୃତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀର ପୁଣି ଗଡିଲା ମୁଣ୍ଡ । ବିଚ୍‌ ରାସ୍ତାରେ ମର୍ଡର । ଗୋଡାଇ ଗୋଡାଇ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ । ତେବେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ଜଟିଆ ବୋଲି ଜଣାପଡିଛି । ତାଙ୍କ ଘର ସାଲିଆସାହିରେ ବୋଲି ସୂଚନା ରହିଛି । ଭୁବନେଶ୍ୱର ସିଆର୍‌ପିଏଫ୍‌ ଛକରେ ଘଟିଛି ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଶନିବାର ଦିନ ପୂର୍ବାହ୍ନ ସମୟରେ ଭୁବନେଶ୍ୱରର ସିଆର୍‌ପିଏଫ୍‌ ଛକରେ ଜଣେ ଯୁବକଙ୍କୁ ଆସି କିଛି ଯୁବକ ଗୋଡେଇ ଗୋଡେଇ ହାଣିଛନ୍ତି । ଯାହାଫଳରେ କି ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହେଉଥିବା ବେଳେ ୨ଜଣଙ୍କୁ କାବୁ କରିଛନ୍ତି ସ୍ଥାନୀୟଲୋକେ । ଘଟଣାସଂପର୍କରେ ଖବର ପାଇ ପୋଲିସ ପହଞ୍ଚିଥିଲା , ଏବଂ ଉଭୟ ଯୁବକଙ୍କୁ ଅଟକ ରଖି ପଚାରାଉଚରା କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *