ଦୁଇ ଦିନ ପାଇଁ ଆଠଗଡ ସଟ୍ଡାଉନ୍, ବ୍ୟବସାୟୀ ସଂଘ ପକ୍ଷରୁ ଘୋଷଣା
ଆଠଗଡ଼, (ଓଡିଶା ଟାଇମ୍) :ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଆଠଗଡରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲୁଛି ।
ଏହାକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ଆଠଗଡକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଠଗଡ ବ୍ୟବସାୟୀ ସଂଘ ପକ୍ଷରୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଆଜି ଓ ବୁଧବାରକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି ।
ଏହାସହ ଅକ୍ଟୋବର ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବଜାର ସମୟରେ କଟକଣା ଜାରି ରହିବ । ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ୫ ବଜାର କମିଟି ନିଷ୍ପତ୍ତି ନେଇଛି ।