ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ : ଜଣେ ଆତଙ୍କୀ ନିହତ

ଶ୍ରୀନଗର, (ଓଡିଶା ଟାଇମ୍) :ଜମ୍ମୁ-କାଶ୍ମୀର ସୋପିଆନରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସେନା ଗୁଳିରେ ଜୈଶର ଟପ୍ କମାଣ୍ଡର ସଜାଦ୍ ଆଫଗାନୀ ଫସିଛି । ଏହି ଅପରେସନରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି । ମୃତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ । ସଜାଦ ୨୦୧୮ରୁ କାଶ୍ମୀର ଘାଟିରେ ସକ୍ରିୟ ଥିଲା । ଯଦି ସେ ସେନାର ଅଫରେସନରେ ନିହତ ହୁଏ ତେବେ ଏହାକୁ ବଡ ସଫଳତା ବୋଲି କୁହାଯିବ ।

ଏବେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ  ଘେରି ରହିଛନ୍ତି । ଏପରିକି ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ସିଲ୍ କରି ଦିଆଯାଇଛି । ରାତି ସାରା ଚାଲିଥିବା ଏହି ଅପରେସନରେ ସକାଳୁ ହିଁ ଯବାନଙ୍କୁ ସଫଳତା ମିଳିଥିଲା । କାରଣ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ଖବର ଆସିଥିଲା ।ଏହାପୂର୍ବରୁ ଜମ୍ମୁ-କାଶ୍ମୀର ପୋଲିସ ଆତଙ୍କବାଦୀଙ୍କ ୭ ସହଯୋଗୀଙ୍କୁ ଗିରଫ କରିଥିବା ଦାବି କରିଥିଲା । ପୋଲିସର କହିବାନୁସାରେ, ଏହି ଆତଙ୍କବାଦୀମାନେ ସୋପିଆନ ଜିଲ୍ଲାର ବିଭିନ୍ନ ସ୍ଥାନରେ ସକ୍ରିୟ ଥିଲେ । ନାକାବନ୍ଦୀ ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ପାଖରୁ ଦୁଇଟି ହାଣ୍ଡ ଗ୍ରେନେଡ୍ ମିଳିଥିବା ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *