ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ

ସୁନ୍ଦରଗଡ଼, (ଓଡିଶା ଟାଇମ୍) : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ୍ ସହକାରୀ ଯନ୍ତ୍ରୀ ହେଉଛନ୍ତି ପର୍ଶୁରାମ ନାଏକ । ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ସୁନ୍ଦରଗଡ ଭିଜିଲାନ୍ସ ଟିମ୍ ମଙ୍ଗଳବାର ଦିନ ତାଙ୍କ ବାସଭବନରେ ଚଢାଉ କରିଛି । ପର୍ଶୁରାମଙ୍କ ରଙ୍ଗାଢିପା ସ୍ଥିତ ବାସଭବନ, ପୈତୃକ ଗ୍ରାମ ଲେଫ୍ରିପଡା ସ୍ଥିତ ବାସଭବନ ସହ ତାଙ୍କ ବଡଗାଁ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।

ଏପର୍ଯ୍ୟନ୍ତ ପର୍ଶୁରାମଙ୍କର କେତେ ସମ୍ପତ୍ତି ଠାବ ହୋଇଛି ସେ ନେଇ ଭିଜିଲାନ୍ସ ଟିମ୍ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତାଙ୍କ ଘରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ l

Leave a Reply

Your email address will not be published.