ବିଧାନସଭାରେ କରୋନା ସଂକ୍ରମଣ : ସଚିବ ଓ ତାଙ୍କ ଡ୍ରାଇଭର ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭାରେ ପସିଲା କରୋନା । ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ସଚିବଙ୍କ ଡ୍ରାଇଭର ମଧ୍ୟ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି ।

ବୁଧବାର ବିଧାନସଭାର ଜଣେ କର୍ମଚାରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ବିଧାନସଭା ସଚିବଙ୍କ ପିଏସ୍ ଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ବିଧାନସଭା ସଚିବଙ୍କ ପିଏସ୍ ଥଣ୍ଡାରେ ଆକ୍ରାନ୍ତ ହେବା ପରେ ତାଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା ।  ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା ।  ପରେ ବିଧାନସଭା ସଚିବ ଏବଂ ତାଙ୍କ ଡ୍ରାଇଭରଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

Leave a Reply

Your email address will not be published. Required fields are marked *