ଫିଲ୍ମି ଅନ୍ଦାଜରେ ଲୋକଙ୍କୁ ସଚେତନ କଲେ ପୋଲିସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଦେଶବ୍ୟାପୀ କରୋନା ଭାଇରସ୍ ସଂଖ୍ୟା ବଢି ଚାଲିଥିବା ବେଳେ ସରକାର ମାସ୍କ ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଲୋକମାନଙ୍କୁ ସଚେତନ କରୁଛନ୍ତି । ଏଭଳି ସମୟରେ ଜନସାଧାରଣଙ୍କୁ ସଚେତନ କରିବାକୁ ଯାଇ ଆସାମ ପୋଲିସ ନିଆରା ଅନ୍ଦାଜ ଆପଣେଇଛନ୍ତି ।

ଆସାମ ପୋଲିସ ପକ୍ଷରୁ ଟ୍ୱିଟରରେ ଶାହରୁଖ ଖାନଙ୍କ ଆଇକନିକ ପୋଜ୍ ବାଲା ଏକ ଫଟୋ ଶେୟାର କରିଛନ୍ତି । ପୋଲିସ ଯେଉଁ ଫଟୋ ଶେୟାର କରିଛି, ସେଥିରେ ବଲିଉଡର ବାଦଶାହାଙ୍କ ବାଜିଗର ଫିଲ୍ମର ଡାଇଲଗ ସହ ଫେମସ୍ ସିଗନେଚର ପୋଜ୍ ଦେଖିବାକୁ ମିଳୁଛି । ସେଥିରେ ଶାହରୁଖ ଗ୍ରେ ଟି- ସାର୍ଟ, ଜିନ୍ସ ଓ ମୁହଁରେ ମାସ୍କ ପିନ୍ଧିଥିଲେ ।

ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଛି ଯେ “କଭି କଭି ପାସ୍ ଆନେ କେ ଲିୟେ କୁଛ ଦୂର ଜାନା ପଡତା ହେ, ଓର ଦୂର ଯାକର ପାସ ଆନେ ବାଲୋ କୋ ବାଜିଗର କେହେତେ ହେଁ” । ପରସ୍ପର ଠାରୁ ୬ ଫୁଟ୍ ଦୂରେଇ ରୁହନ୍ତୁ ଓ ବାଜିଗର ବନନ୍ତୁ ।

ଆସାମ ପୋଲିସ ଏଭଳି ଅଭିନବ ଚିନ୍ତାଧାରାକୁ ଖୁବ୍ ପସନ୍ଦ କରିଛନ୍ତି ଯୁଜର୍ସ ମାନେ । ଏହାକୁ ସମର୍ଥନ କରିବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ୟୁଜର୍ସ ମାନେ ବି ଅପିଲ୍ କରିଛନ୍ତି । ଏହାଛଡା ଆସାମ ପୋଲିସର ଏହି ଟ୍ୱିଟରେ ବହୁ ରି-ଟ୍ୱିଟ୍ ହୋଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.