ଆସାମରେ ବନ୍ୟା ସ୍ଥିତ ଗମ୍ଭୀର; ପାଣି ଘେରରେ ୨୩ ଜିଲ୍ଲା
ଭୁବନେଶ୍ୱର, ଓଡିଶା ଟାଇମ: ପ୍ରବଳ ବର୍ଷା ଯୋଗୁଁ ଉତ୍ତର ପୂର୍ବ ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି । ଯାହାଫଳରେ ଆସାମରେ ବନ୍ୟା ଯୋଗୁଁ ୨୩ ଜିଲ୍ଲାର ୯.୩ ଲକ୍ଷ ଲୋକ ପ୍ରଭାବିତ ହେବା ଅନେକଙ୍କ ମୃତ୍ୟୁ ହୋଇଛି ।
କ୍ଷୟକ୍ଷତି ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଦୈନିକ ରିପୋର୍ଟ ଅନୁଯାୟୀ ବନ୍ୟା କାରଣରୁ ଧେମାଜି ଜିଲ୍ଲାରେ ଜଣେ ଏବଂ ଉଦଲଗୁରୀରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି ।
ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିବା କାରଣରୁ ଏଭଳି ସ୍ଥିତି ଉପୁଜୁଥିବା ସୂଚନା ମିଳିଛି । ଏହି ବନ୍ୟା କାରଣରୁ ଆସାମରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ଅନୁଯାୟୀ ଧେମାଜୀ, ଲକ୍ଷ୍ମୀପୁର, ଜୋରହାଟ, ମଜୁଲି, ଡିବ୍ରୁଗଡ, ଶିବସାଗର,ବଙ୍ଗାଇଗାଁଓ, କୋକ୍ରାଝର, ଢୁବରୀ, ଗୋଲାଘାଟ, ନାଗାଓଁ, ବିଶ୍ୱନାଥ, ଉଦଲଗୁରି, ଡରାଙ୍ଗ, ନଲବାରି, ପଶ୍ଚିମ କାର୍ବି, ଗୋଲପାରା, ବାରପେଟା, ଦକ୍ଷିଣ ସାଲମରା, କାମରୁପ, ମରିଗାଁଓ , ହୋଜାଇ ଜିଲ୍ଲାରେ ବନ୍ୟା କାରଣରୁ ୯.୨୬ରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି ।
ବୁଲେଟିନରେ ଅନୁଯାୟୀ ଗତ ୨୪ ଘଣ୍ଟାରେ ଏସଡିଆରଏଫ୍, ଜିଲ୍ଲା ପ୍ରଶାସନ, ନାଗରିକ ସୁରକ୍ଷା ଓ ଅର୍ନ୍ତଦେଶୀୟ ଜଳ ପରିବହନ ବିଭାଗ ୫ ଜିଲ୍ଲାରୁ ୯ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି ।