ରାଜସ୍ଥାନ ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ଅଶୋକ ଗେହଲଟ୍‌

ଜୟପୁର, (ଓଡିଶା ଟାଇମ୍‌): ରାଜସ୍ଥାନ ବିଧାନସଭାରେ ଅଶୋକ ଗେହଲଟ୍ ଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର ବହୁମତ ହାସଲ କରିଛନ୍ତି । ସରକାରଙ୍କ ପକ୍ଷରୁ ସଂସଦୀୟ କାର୍ଯ୍ୟମନ୍ତ୍ରୀ ଶାନ୍ତି ଧରିୱାଲା ଆସ୍ଥା ଭୋଟ୍ ଆଗତ କରିଥିଲେ ।

ଏହି ଅବସରରେ ଧରିୱାଲା କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଇସାରାରେ ମଧ୍ୟ ପ୍ରଦେଶ ଓ ଗୋଆରେ ନିର୍ବାଚିତ ସରକାରକୁ ଭଙ୍ଗାଯାଇଛି । କିନ୍ତୁ ଅର୍ଥ ଓ ଶାସନ ବଳରେ ରାଜସ୍ଥାନରେ ସରକାର ଭାଙ୍ଗିବା ଏତେ ସହଜ ହେବନାହିଁ ।

ଆସ୍ଥା ଭୋଟ୍ ଉପରେ ଚର୍ଚ୍ଚା କରି ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି ଯେ ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ପ୍ରଚେଷ୍ଟା କରାଯାଉଛି । ଏପରିକି ସେ ବିରୋଧି ମାନଙ୍କ ଉପରେ ମଧ୍ୟ ଖୁବ୍ ବର୍ଷିଥିଲେ ।

ତେବେ ଶାସକ ଦଳ ପାଖରେ ଏବେ ୧୨୨ ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବିରୋଧିଙ୍କ ପାଖରେ ରହିଛନ୍ତି ୭୫ ବିଧାୟକ ।

ଯେଉଁଥିରେ ୧୦୭ ଜଣ କଂଗ୍ରେସ ବିଧାୟକ ରହିଛନ୍ତି । ଏହାଛଡା ସରକାରଙ୍କ ପକ୍ଷରେ ଆଉ ବିଏସପିର ୬ ବିଧାୟକ, ଯିଏକି କଂଗ୍ରେସରେ ବିଲୟ ହୋଇଥିଲେ । ଆଉ ୫ ସହଯୋଗୀ ପାର୍ଟି ଏବଂ ନିର୍ଦଳୀୟ ବିଧାୟକ ରହିଛନ୍ତି । ସେହିପରି ବିଜେପି ପାଖରେ ୭୫ ଜଣ ବିଧାୟକଙ୍କର ସମର୍ଥନ ରହିଛି ।

ତେବେ ଏହି ଅବସରରେ କଂଗ୍ରେସ ନେତା ସଚିନ୍ ପାଇଲଟ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦିଆଯାଇଥିବା ପ୍ରତିଶୃତି ଓ ରାଜସ୍ଥାନବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ କାର୍ଯ୍ୟ କରିବାକୁ ଦୃଢପ୍ରତିବଦ୍ଧ ।

Leave a Reply

Your email address will not be published.