ଆଶା, ଅଙ୍ଗନବାଡ଼ି ଓ ସଫେଇ କର୍ମଚାରୀଙ୍କୁ କୋରୋନା
ଭୁବନେଶ୍ବର, (ଓଡିଶା ଟାଇମ୍) : କୋରୋନା ଯୋଦ୍ଧାଙ୍କୁ କୋରୋନା । ରାଜ୍ୟରେ ଆଜି ନୂଆ ୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ରହିଛନ୍ତି ଆଶା, ଅଙ୍ଗନବାଡି ଏବଂ ସଫେଇ କର୍ମଚାରୀ । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ୧୨ ଜଣ ରାଜ୍ୟ ବାହାରୁ ଫେରି ସଂଗରୋଧ କେନ୍ଦ୍ରରେ ଅଛନ୍ତି ଏବଂ ଅନ୍ୟ ୬ ଜଣଙ୍କ ମଧ୍ୟରେ ଆଶା , ଅଙ୍ଗନୱାଡି ୱାର୍କର ଓ ସଫେଇ କର୍ମଚାରୀ ରହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ଏମାନେ ନିୟୋଜିତ ହୋଇଥିଲେ । ଏମାନଙ୍କଠାରେ କୋରୋନା ର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିଲା । ତେବେ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛି ।
ରିପୋର୍ଟ ଆସିବା ପରେ ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ୪୮ ଘଣ୍ଟା ପାଇଁ ଏହି ଦୁଇ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ଆଜି ନୂଆ ୧୨୯ କୋରୋନା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯୪୮କୁ ବୃଦ୍ଧି । କେନ୍ଦ୍ରାପଡାରେ ୧୮, ଗଜପତିରେ ୧୬, ନୂଆପଡ଼ାରେ ୧୨, ବଲାଙ୍ଗୀରରେ ୧୧, ଗଂଜାମ ଓ ଯାଜପୁରରେ ୧୧, ଖୋର୍ଦ୍ଧାରେ ୭, ବାଲେଶ୍ୱରରେ, ସୁନ୍ଦରଗଡ଼ ଓ ମୟୁରଭଞ୍ଜରେ ୬ଜଣ ଲେଖାଏଁ, ପୁରୀ ଓ ଦେବଗଡ଼ରେ ୪ଜଣ ଲେଖାଏଁ, କେନ୍ଦୁଝରରେ ୩, ଜଗତସିଂପୁରରେ ୨ ଏବଂ ମାଲକାନଗିରି, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।