ପରୀ ହତ୍ୟା ଘଟଣା: ‘ଗିରଫ ହୋଇଥିବା ଯୁବକ ହିଁ ମୁଖ୍ୟ ଅଭିଯୁକ୍ତ, ଦୁଷ୍କର୍ମ ଉଦ୍ୟମରୁ ହିଁ ହତ୍ୟା ଘଟିଛି’- ଅରୁଣ ବୋଥ୍ରା
ଭୁବନେଶ୍ବର, (ଓଡିଶା ଟାଇମ୍) :ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଏସ୍ଆଇଟି ଗିରଫ କରିଛି। ଗତକାଲି ନୟାଗଡ଼ ଯଦୁପୁରରୁ ଅଭିଯୁକ୍ତକୁ ଉଠାଇ ନେଇଥିଲା ଏସଆଇଟି। ସୋମବାର ନୟାଗଡ଼ ପୋକ୍ସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯିବ । ଅନ୍ୟପଟେ ପରୀ ହତ୍ୟା ମାମଲାର ତଦନ୍ତ ଭାର ଦାୟିତ୍ବ ନେଇଥିବା ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରାମାଣ ଅଛି। ହତ୍ୟାକାରୀ ଜଣେ ନାବାଳକ।
ପୂର୍ବରୁ ତାକୁ ୧୦ ଥର ପଚରାଉଚୁରା ସରିଛି। ସୋମବାର ସନ୍ଧ୍ୟାରେ ସମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ଭାବେ ସୂଚନା ଦିଆଯିବ। ଯଦୁପୁରରେ ଏସ୍ଆଇଟି ଟିମ୍ ତନାଘନା ଆରମ୍ଭ କରିଛି। ଏପରି କି ପ୍ରମାଣ ପାଇଁ ପମ୍ପ ସାହାଯ୍ୟରେ ପୋଖରୀ ଶୁଖାଯିବ ବୋଲି କହିଛନ୍ତି।