କରୋନା କାଳରେ ବନ୍ଦ ହୋଇଛି ୪୦% ରେଷ୍ଟୁରାଣ୍ଟ: ସର୍ଭେ
ଭୁବନେଶ୍ୱର, (ଓଡିଶା ଟାଇମ୍): କରୋନା ଭାଇରସର କାୟା ସବୁ କ୍ଷେତ୍ର ଉପରେ ପଡିଛି । ଯେଉଁଥିରୁ ବାଦ୍ ପଡିନି ରେଷ୍ଟୁରାଣ୍ଟ ଇଣ୍ଡଷ୍ଟ୍ରି ।
ଖାଦ୍ୟ ବିତରଣ ସଂସ୍ଥା ଜୋମାଟୋର ଏକ ନୂଆ ସର୍ଭେ ଅନୁଯାୟୀ କରୋନା ସଙ୍କଟ କାରଣରୁ ଦେଶର ପ୍ରାୟ ୧୦% ଡାଇନ୍ ଆଉଟ୍ ରେଷ୍ଟୁରାଣ୍ଟ ବନ୍ଦ ହୋଇ ଯାଇଛି । ଏହାଛଡା ଆଉ କିଛି ଏମିତି ରେଷ୍ଟୁରାଣ୍ଟ ରହିଛି ଯେଉଁଗୁଡିକ ମହାମାରୀ ସରିବା ପରେ ବି ଖୋଲିବାର କୌଣସି ସମ୍ଭାବନା ନାହିଁ ।
ଏହି ରେଷ୍ଟୁରାଣ୍ଟ ଗୁଡିକ ସେହି ୮୩ ପ୍ରତିଶତ ଡାଇନ୍-ଆଉଟ୍ ରେଷ୍ଟୁରାଣ୍ଟ ମଧ୍ୟରେ ସାମିଲ ରହିଛି, ଯାହା ଏବେକା ସମୟରେ ବନ୍ଦ ରହିଛି ।
ଉକ୍ତ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ବର୍ତ୍ତମାନ ସମୟରେ ୮୩ ପ୍ରତିଶତ ରେଷ୍ଟୁରାଣ୍ଟ ବନ୍ଦ ରହିଛି । ଯେଉଁଥିରେ ୧୦% ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଆଉ ୩୦ ପ୍ରତିଶତ ରେଷ୍ଟୁରାଣ୍ଟ ମହାମାରୀ ସରିବା ପରେ ବି ଖୋଲିବାର କୌଣସି ସମ୍ଭାବନା ନାହିଁ । ଏହାବାଦ୍ ୪୩ ପ୍ରତିଶତ ରେଷ୍ଟୁରାଣ୍ଟ ଗୁଡିକ ସ୍ଥିତିରେ ସୁଧାର ଆସିବା ପରେ ଖୋଳି ପାରନ୍ତି ।
ସେହିପରି ବାକି ଡାଇନିଂ ଇଣ୍ଡଷ୍ଟ୍ରି ଆଗ ତୁଳନାରେ ୮ରୁ ୧୦ ପ୍ରତିଶତ ହିଁ କାରବାର କରିପାରିଛି । ରିପୋର୍ଟ ଅନୁଯାୟୀ ୬୦ ପ୍ରତିଶତ ରେଷ୍ଟୁରାଣ୍ଟ ସଞ୍ଚାଳକ କହିଛନ୍ତି ଯେ କରୋନା ମହାମାରୀ ସରିବା ପରେ ଆଗ ଭଳି କାରବାରରେ ପହଞ୍ଚିବା ଲାଗି କିଛି ମାସ ଲାଗିଯିବ ।
ଲକଡାଉନ୍ ଯୋଗୁଁ ଏହି ସେକ୍ଟର ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ଏପରିକି କରୋନା ସଂକ୍ରମଣ ବ୍ୟାପିବା ଡରରେ ବହୁ ଲୋକ ଘରୁ ବାହାରକୁ ମଧ୍ୟ ଆସୁ ନାହାଁନ୍ତି ।
ଅପର ପକ୍ଷରେ କେତେକ ସହରରେ କଟକଣା ହଟିବା ପରେ ବି ରେଷ୍ଟୁରାଣ୍ଟ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଖୋଲି ପାରିନାହିଁ । ଜୋମାଟୋର ସର୍ଭେ ଅନୁଯାୟୀ ଫୁଡ୍ ଡେଲିଭରି ଇଣ୍ଟଷ୍ଟ୍ରି ଏବେ କରୋନା ମହାମାରୀ ସମୟରେ ପୂର୍ବ ତୁଳନାରେ ୭୦ରୁ ୮୦ ପ୍ରତିଶତ ଯାଏଁ କାରବାର କରିପାରୁଛି ।
ଯେଉଁଥିପାଇଁ ଏବେ ପ୍ରାୟ ୭୦ ପ୍ରତିଶତ ରେଷ୍ଟୁରାଣ୍ଟ ଫୁଡ୍ ଡେଲିଭରି ଅଫର୍ ଯୋଗାଉଛନ୍ତି ।