ଜମ୍ମୁ ଓ କଶ୍ମୀର ରାଜୌରିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଯବାନ ସହିଦ
ଶ୍ରୀନଗର, (ଓଡିଶା ଟାଇମ୍) :ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲାରେ ଶନିବାର ଦିନ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି।
ସହିଦ ଯବାନ ହେଉଛନ୍ତି ହାବିଲଦାର ପାଟିଲ ସଂଗ୍ରାମ ଶିବାଜୀ। ଜଣେ ଅଧିକାରୀ କହିଛନ୍ତି, ରାତି ପ୍ରାୟ ୧ଟା ବେଳେ ନୌଶେରାର ଲାମ ଅଞ୍ଚଳର ସୀମାଆରପଟୁ ଅକାରଣରେ ଗୁଳି ଚାଳନା କରାଯାଇଥିଲା। ଏଥିରେ ଜଣେ ହାବିଲଦାର୍ ଗୁରୁତର ଆହତ ହେବା ପରେ ମୃତ୍ୟୁ ବରଣ କରିଛନ୍ତି।
ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ନଗରୋଟାରେ ଏନ୍କାଉଣ୍ଟର୍ ଯୋଗୁଁ ବିପୁଳ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଜୈଶ୍-ଏ-ମହମ୍ମଦର ୪ ଜଣ ଆତଙ୍କବାଦୀ ନିହତ ହେବାର ଦୁଇ ଦିନ ପରେ ଆଜିର ଘଟଣା ଘଟିଛି।