୧୦ ଜିଲ୍ଲା ପାଇଁ ଯୁବ କଂଗ୍ରେସର ସଭାପତି ନିଯୁକ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଯୁବ କଂଗ୍ରେସର ୧୦ଟି ଜିଲ୍ଲାର ନୂଆ ସଭାପତି ନିଯୁକ୍ତ ହୋଇଛନ୍ତି । ଜଗତସିଂହପୁର ପାଇଁ ପ୍ରଶାନ୍ତ ମଲ୍ଲିକଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ଅନୁଗୁଳ ଜିଲ୍ଲା ପାଇଁ ଲୁଟୁରଞ୍ଜନ ଥାପ୍ପାଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି କଳାହାଣ୍ଡି ପାଇଁ ସଉଲ ମଙ୍ଗରାଜ, ନୂଆପଡା ପାଇଁ କପିଳେନ୍ଦ୍ର ଭୋଇ, ସୁବର୍ଣ୍ଣପୁର ପାଇଁ ପ୍ରିୟବ୍ରତ ସାହୁ, କୋରାପୁଟ ପାଇଁ ସୁକାନ୍ତ ପଟ୍ଟନାୟକ, ବଲାଙ୍ଗୀର ପାଇଁ ପ୍ରେମ ପ୍ରକାଶ ମିଶ୍ର, କେନ୍ଦ୍ରାପଡା ପାଇଁ ସତ୍ୟପ୍ରିୟ ସାମଲ, କଟକ ପାଇଁ ଆର୍ଯ୍ୟବୀର ଲେଙ୍କା, କଟକ (ସିଟି) ପାଇଁ ବିକି ଚକ୍ରବର୍ତ୍ତୀଙ୍କୁ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *