ବାପା ହେଲେ ବିରାଟ କୋହଲି
ମୁମ୍ବାଇ, (ଓଡିଶା ଟାଇମ୍) :କନ୍ୟା ସନ୍ତାନର ପିତା ହେଲେ ବିରାଟ କୋହଲି । ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କର କନ୍ୟା ସନ୍ତାନ ଜନ୍ମ ନେଇଛି । ଏ ନେଇ କୋହଲି ଖୁସି ବ୍ୟକ୍ତ କରିବା ସହ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
ଟ୍ବିଟ୍ କରି ବିରାଟ କୋହଲି କହିଛନ୍ତି, ‘ସୋମବାର ଅପରାହ୍ନରେ ଆମର ଏକ ଶିଶୁ କନ୍ୟା ଜନ୍ମ ନେଇଛି । ସମସ୍ତଙ୍କ ଆଶିର୍ବାଦ, ପ୍ରାର୍ଥନା ଏବଂ ଭଲପାଇବା ପାଇଁ ଅଶେଷ ଅଶେଷ ଧନ୍ୟବାଦ । ଅନୁଷ୍କା ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ଏକ ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି । ଆଶା କରୁଛୁଆପଣମାନେ ସେମିତି ଆମକୁ ଭଲାପାଇବା ଜାରି ରଖିବେ’ ।
ବିରାଟ ପିତା ହେବା ଖବର ଶୁଣିବା ପରେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦେଶ ତଥା ଦେଶ ବାହାରେ ବିରାଟ କୋହଲି ଏବଂ ଅନୁଷ୍କାଙ୍କର ଲକ୍ଷ୍ୟ ଲକ୍ଷ୍ୟ ପ୍ରଶଂସକ ଅଛନ୍ତି ।