ଆଜିଠୁ କଟକରେ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ

କଟକ , (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଆଜିଠୁ କଟକ ବଡ ମେଡିକାଲରେ ଆରମ୍ଭ ହେବ ଆଣ୍ଟିଜେନ୍ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ୫ ହଜାର କିଟ୍ ଏସସିବିକୁ ଆସିଛି । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ହସ୍ପିଟାଲ ମାନଙ୍କରେ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ହସ୍ପିଟାଲରେ କୌଣସି ରୋଗୀ ଆଡମିଟ୍ ହେବା ପୂର୍ବରୁ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ । ଏହା ଦ୍ବାରା ଅତିବେଶୀରେ ଏକ ଘଣ୍ଟାରେ ରିପୋର୍ଟ ଆସିବ । ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ରୋଗୀଙ୍କୁ ପରବର୍ତ୍ତୀ ଚିକିତ୍ସା ଯୋଗାଇ ଦିଆଯିବ ।

ଏସସିବି ମେଡିକାଲକୁ ଦିନକୁ ସର୍ବନିମ୍ନ ୨ ହଜାର ସଂଖ୍ୟାର ରୋଗୀ ଆସୁଥିବା ବେଳେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଉପରେ ସାରା ରାଜ୍ୟ ଏକ ପ୍ରକାର ନିର୍ଭରଶୀଳ । କିନ୍ତୁ ଏହି ୨ ଟି ହସ୍ପିଟାଲରେ କରୋନା ଯେପରି କାୟା ବିସ୍ତାର କାରିଛି, ତାକୁ ରୋକ୍ ଦେବାଲାଗି ରବିବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ହୋଇଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ମୂତାବକ କରୋନା ରିପୋର୍ଟ ନଦେଖି କୌଣସି ରୋଗୀଙ୍କୁ ଆଡମିସନ କରାଯିବ ନାହିଁ । ସେଥିଲାଗି ଆଣ୍ଟିଜେନ୍ ଟେଷ୍ଟର ଆବଶ୍ୟକତା ରହିଛି । ଏହି ଟେଷ୍ଟ ଦ୍ବାରା ଅତି ବେଶିରେ ଜଣେ ରୋଗୀର ରିପୋର୍ଟ ଏକ ଘଣ୍ଟା ଭିତରେ ଆସିପାରିବ । ଯାହାକୁ ଆଧାର କରି ତାଙ୍କୁ ପରବର୍ତ୍ତୀ ଚିକିତ୍ସା ଯୋଗାଇ ଦିଆଯିବ ।

Leave a Reply

Your email address will not be published.