ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ଆକ୍ରାନ୍ତ ହେଲେ ଆଉ ଜଣେ ମନ୍ତ୍ରୀ । ଓଡିଶାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ସେହିପରି ଗତ ସାତଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ମନ୍ତ୍ରୀ ନିଜେ ଅନୁରୋଧ କରିଛନ୍ତି । ତେବେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନା ସଂକ୍ରମିତ ହେବା ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ପଦ୍ମିନୀ ଦିଆନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।
Mid March'20 onwards doing public & official works. Not missed a day. Tried hard during this pandemic people don't feel alone & worked as desired by Hon'ble C.M. Finally Covid-19 caught hold of me. Who're in my contacts in last 7days please isolate. Last pic y'day. @CMO_Odisha pic.twitter.com/bPHsKQLFE7
— Jyoti Prakash Panigrahi (@panigrahi_jp) September 7, 2020