୮ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୯ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୧୦ରୁ ୧୨ ତାରିଖବେଳକୁ ଓଡିଶା ଛୁଇଁପାରେ ମୌସୁମୀ । ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ହେବାକୁ ଯାଉଛି । ଏହା ଘନୀଭୂତ ହୋଇ ଅବପାତ ମଧ୍ୟ ହୋଇପାରେ । ଏହାର ପ୍ରଭାବରେ ୯ରୁ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୧୦ ଓ ୧୧ ତାରିଖରେ ପ୍ରବଳ ବର୍ଷା ହୋଇପାରେ । ତେଣୁ ସମ୍ଭାବ୍ୟ ଲଘୁଚାପ ହିଁ ଓଡ଼ିଶାକୁ ମୌସୁମୀ ଟାଣି ଆଣିବ । ସମ୍ଭବତଃ ୧୦ କିମ୍ବା ୧୧ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ । ଗତକାଲି ଅଧିକାଂଶ ସ୍ଥାନରେ ପାଗ ମେଘୁଆ ଥିବାବେଳେ କେତେକ ଜାଗାରେ କାଳବୈଶାଖୀ ବର୍ଷା, ପବନ ହୋଇଛି। ବାରିପଦାରେ ଦିନବେଳା ୭୪ ମିଲିମିଟର ବର୍ଷା ହୋଇଥିବାବେଳେ ଝାରସୁଗୁଡ଼ାରେ ୧୮ ମିମି ବର୍ଷା ହୋଇଛି ।

Leave a Reply

Your email address will not be published.