୪ କରୋନା ଯୋଦ୍ଧା କୋଭିଡ୍ ପଜିଟିଭ୍, ପଢ଼ନ୍ତୁ କଉଠି 

ଗଞ୍ଜାମ, (ଓଡିଶା ଟାଇମ୍) : କରୋନା ଯୋଦ୍ଧାଙ୍କୁ କରୋନା ।ଗଞ୍ଜାମ ଜିଲ୍ଲାର ଆଉ ୪ ଜଣ କରୋନା ଯୋଦ୍ଧା କୋଭିଡ୍-୧୯ ପଜିଟିଭ୍ ହୋଇଛନ୍ତି । ଏନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି । ସମସ୍ତଙ୍କ ଚିକିତ୍ସା ଚାଲିଛି । ସମସ୍ତଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏସପି ।

ଏହା ପୂର୍ବରୁ ମଧ୍ୟ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେଥିରୁ କିଛି ପୋଲିସ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ଜିଲ୍ଲାରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସି କିଛି କରୋନା ଯୋଦ୍ଧାମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି ।

ଗଞ୍ଜାମ ଜିଲ୍ଲାରେ ରବିବାର ପୁଣି ୭୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published.