Skip to content
ଭୁବନେଶ୍ୱର,(ଓଡଶା ଟାଇମ୍): ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ପୁଣି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସୁସ୍ଥଙ୍କ ମଧ୍ୟରେ ଭଦ୍ରକରୁ ୨୮, ବାଲେଶ୍ବରରୁ ୧୭, ଗଞ୍ଜାମ ଜିଲ୍ଲାରୁ ୧୧, ଯାଜପୁରରୁ ୫, କଟକରୁ ୪, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨, ବଲାଙ୍ଗୀରରୁ ୨ ଏବଂ ପୁରୀରୁ ୭ ଜଣ ଅଛନ୍ତି । ରାଜ୍ୟରେ ମୋଟ୍ ୮୧୨ ଜଣ କରୋନା ସଂକ୍ରମିତି ସୁସ୍ଥ ହୋଇଛନ୍ତି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି ହୋଇଥିବା ବେଳେ ବର୍ତ୍ତମାନ ୭୭୪ ଜଣ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ୭ ରହିଛି ।
ଆଜି ଚିହ୍ନଟ ହୋଇଥିବା ୭୬ଙ୍କ ମଧ୍ୟରୁ ୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି । ବଲାଙ୍ଗିରରୁ ୧୬, ଖୋର୍ଦ୍ଧା ଓ ନୂଆପଡ଼ାରୁ ୧୩, କଟକରୁ ୧୧, ଗଞ୍ଜାମରୁ ୧୦, ଜଗତ୍ସିଂହପୁରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର, ସୁନ୍ଦରଗଡ଼ ଓ ନୟାଗଡ଼ରୁ ୨ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।