ଗଞ୍ଜାମ ଜିଲ୍ଲାରୁ ୫୮ କରୋନା ଆକ୍ରାନ୍ତ ଚିହ୍ନଟ, ଏଥିରୁ ୧୮ଜଣ କରୋନା ଯୋଦ୍ଧା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୩ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ କରୋନା ଯୋଦ୍ଧା ଅଛନ୍ତି।

୧୮ଜଣ କରୋନା ଯୋଦ୍ଧାଙ୍କ ମଧ୍ୟରୁ ରଙ୍ଗେଇଲୁଣ୍ଡାରୁ ୭ ଜଣ, ଶେରଗଡ଼ରୁ ଓ ଆକ୍ସାରୁ ୨ ଜଣ ଲେଖାଏଁ, ବ୍ରହ୍ମପୁର ମହାନଗର ଅଞ୍ଚଳରୁ ଜଣେ, ସାନଖେମୁଣ୍ଡି, କୁକୁଡାଖଣ୍ଡି, ପୋଲସରା, ବୁଗୁଡା, ଭଞ୍ଜନଗର, ପୁରୁଷୋତ୍ତମପୁର ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁରଷୋତ୍ତମପୁର ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ସୁରଟ ଫେରନ୍ତା ।

Leave a Reply

Your email address will not be published. Required fields are marked *