ଓଡିଶାରୁ ସୁସ୍ଥ ହେଲେ ୩୨୭୮ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଆଉ ୩୨୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୮୭,୩୫୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମସ୍ତ ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫୧୧, ଗଞ୍ଜାମରୁ ୩୬୮, କଟକରୁ ୨୩୦, ଯାଜପୁରରୁ ୧୯୫, ରାୟଗଡାରୁ ୧୮୭, ବରଗଡରୁ ୧୮୫, ବାଲେଶ୍ୱରରୁ ୧୨୪, ପୁରୀରୁ ୧୨୨, ନୟାଗଡରୁ ୧୨୧, ମାଲକାନଗିରିରୁ ୧୧୭, ମୟୁରଭଞ୍ଜରୁ ୧୧୭, କୋରାପୁଟରୁ ୧୦୭, ସୁନ୍ଦରଗଡରୁ ୧୦୪, ଭଦ୍ରକରୁ ୯୮, ଝାରସୁଗୁଡାରୁ ୮୯, କନ୍ଧମାଳରୁ ୮୮, ଜଗତସିଂହପୁରରୁ ୭୭, କେନ୍ଦୁଝରରୁ ୬୯, ସମ୍ବଲପୁରରୁ ୬୭, ଢେଙ୍କାନାଳରୁ ୬୬, ନବରଙ୍ଗପୁରରୁ ୪୭, ଗଜପତିରୁ ୪୩, କେନ୍ଦ୍ରାପଡାରୁ ୩୫, ନୂଆପଡାରୁ ୨୫, ବଲାଙ୍ଗିରରୁ ୨୪, ବୌଦ୍ଧରୁ ୮, ସୋନପୁରରୁ ୨୩, ଅନୁଗୁଳରୁ ୨, ଦେବଗଡରୁ ୫ ଓ କଳାହାଣ୍ଡିରୁ ୨୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୧୩,୪୧୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୧୪ ଜଣ କ୍ବାରେଣ୍ଟାଇନରେ ରହିଥିବା ବେଳେ ୧୪୧୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

 

Leave a Reply

Your email address will not be published.