ସରକାରଙ୍କ ବଡ଼ ଘୋଷଣା; କୋରୋନାରେ ଅନାଥ ହୋଇଥିବା ପିଲାମାନଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ବୀମା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ମୋଦି ସରକାର କୋରୋନା ଦ୍ୱାରା ଅନାଥ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, କୋରୋନା ଭୂତାଣୁ ମହାମାରୀ ଯୋଗୁଁ ଅନାଥ ହୋଇଯାଇଥିବା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହା ଘୋଷଣା କରିଛନ୍ତି । ଏହା ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀକାଳୀନ ପରିସ୍ଥିତି ରିଲିଫ୍ ପାଣ୍ଠି (PM-CARES) ରୁ ଏହି ପ୍ରିମିୟମ ପ୍ରଦାନ କରାଯିବ ।

ଅନୁରାଗ ଠାକୁର ନିଜ ଟ୍ୱିଟରେ ଲେଖିଛନ୍ତି, “କୋଭିଡ ଦ୍ୱାରା ପ୍ରଭାବିତ ପିଲାମାନଙ୍କର ଯତ୍ନ ନେବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଅଂଶବିଶେଷ, ୧୮ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଅଧୀନରେ ୫ ଲକ୍ଷ ଟଙ୍କା ମାଗଣା ସ୍ୱାସ୍ଥ୍ୟ ବୀମା ଦିଆଯିବ ଓ ଏହାର ପ୍ରିମିୟମ୍ ପିଏମ୍ କେୟାରସ୍ ଦ୍ୱାରା ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *