ଗଞ୍ଜାମ ଓ ଯାଜପୁର ଜିଲ୍ଲାର ଲୋକଙ୍କୁ ଅନୁଗୁଳ ମନା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି। ଏହି କାରଣରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଆଦି ଜିଲାରେ ବାହାର ଲୋକଙ୍କ ପ୍ରବେଶ ଉପରେ ଶନିବାର କଟକଣା ଜାରି କରାଯାଇଛି। ଅନ୍ୟ ହଟସ୍ପଟ ଜିଲାରୁ ଆସୁଥିଲେ କ୍ବାରେଣ୍ଟାଇନ ସେଣ୍ଟର ରେ ରହିବା ବାଧ୍ୟତାମୂଳକ କରାଯାଇଛି। ବର୍ତମାନ ଅନୁଗୁଳ ଜିଲାରେ ଆଜି ଠାରୁ ଏଭଳି  ନିୟମ ଲାଗୁ କରାଯାଇଛି। ମୁଖ୍ୟତଃ ଗଞ୍ଜାମ ଓ ଯାଜପୁର ପରି ହଟସ୍ପଟ ଜିଲାବାସୀଙ୍କର ଅନୁଗୁଳରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।

ଏବେ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ଏଭଳି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦେଇଛି। ଯଦି କେହି ବାଧ୍ୟବାଧ୍ୟକତା ଭିତରେ ଅନୁଗୁଳ ଜିଲ୍ଲାକୁ ଆସନ୍ତି, ତେବେ ତାଙ୍କ ପାଇଁ ୧୪ ଦିନ  କ୍ୱାରେଣ୍ଟାଇନ୍‌କୁ ବାଧ୍ୟତାମୂଳକ କରାଯାଇଥିବା ଜଣାଯାଇଛି।

ଏହି ଦୁଇ ଜିଲ୍ଲା ବ୍ୟତୀତ ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଆଦି ଜିଲ୍ଲାରେ ବାହାର ଲୋକଙ୍କ ପ୍ରବେଶ ଉପରେ ବି କଟକଣା ଜାରି ହୋଇନାହିଁ। ଅନ୍ୟ ହଟ୍‌ସ୍ପଟ୍‌ ଜିଲ୍ଲାରୁ କିମ୍ବା ରାଜ୍ୟରୁ ଆସୁଥିଲେ କ୍ୱାରେଣ୍ଟାଇନ୍‌କୁ ବାଧ୍ୟତାମୂଳକ କରାଯାଇନ ଥିବା ଜଣାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାରେ ୧୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣେ ଅନୁଗୁଳ ଜିଲ୍ଲାର ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published.