NCB ଜାଲରେ ଛନ୍ଦି ହୋଇଯାଉଛନ୍ତି ଅନନ୍ୟା ପାଣ୍ଡେ

ମୁମ୍ବାଇ(ଓଡ଼ିଶା ଟାଇମ୍): ବଲିଉଡ଼ର ବାଦଶାହ ଭାବେ ଜଣା ଅଭିନେତା ଶାହରୁଖ ଖାନ(SHAHRUKH KHAN)ଙ୍କ ପୁଅ ଆର୍ୟନ(ARYAN KHAN)ଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଏବେ ଅନନ୍ୟା(ANANYA)ଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଡ୍ରଗ୍ସ ଲିଙ୍କ ନେଇ ଅନନ୍ୟାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛି NCB । ଆର୍ୟନଙ୍କ ଫୋନରେ ଥିବା ଚାଟ୍ସ ଡିଲିଟକୁ ଆଧାର କରି NCB ଏବେ ଅନନ୍ୟା ପାଣ୍ଡେଙ୍କୁ ଟାର୍ଗେଟ କରିଛି । ଲଗାତାର ୨ ଦିନ ଧରି ଅନନ୍ୟାଙ୍କୁ ଜେରା କରିଛି NCB ଜେରା ପୂର୍ବରୁ ଅନନ୍ୟା ନିଜ ଫୋନରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟା ଡିଲିଟ୍ କରିଦେଇଥିବା NCB କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି । ଆସନ୍ତା ସୋମବାର ପୁଣିଥରେ ପ୍ରଶ୍ନୋତ୍ତର ପାଇଁ NCB କାର୍ଯ୍ୟାଳୟରେ ହାଜର ହେବେ ଅନନ୍ୟା । 

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରେ ଯୋଗ ଦେଇ ଫସିଥିବା ଆର୍ୟନ ଖାନଙ୍କ ସହ ଇଣ୍ଟରନ୍ୟାସନାଲ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପୃକ୍ତି ଥିବା ନେଇ NCB ଖୋଳତାଡ଼ ଜାରି ରଖିଛି ତେବେ ଧୀରେ ଧୀରେ ଏହି ମାମଲାରେ ଷ୍ଟାରକିଡ୍ ମାନଙ୍କ ନାଁ ସାମିଲ ହେଉଥିବାରୁ ବଲିଉଡ଼ ଅଭିନେତା ଓ ଅଭିନେତ୍ରୀମାନଙ୍କ ମନରେ ଏବେ ଛନକା ପଶିଲାଣି । ଆର୍ୟନଙ୍କ ସହ ଅନନ୍ୟାଙ୍କ ନାଁ ଯୋଡ଼ି ହେବା ପରେ ଅନ୍ୟ ସବୁ ଲିଙ୍କର ପର୍ଦ୍ଦାଫାଶ ପାଇଁ ଉଦ୍ୟମ ଜାରି ରଖିଛି NCB । ସେପଟେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟାଙ୍କୁ ଆର୍ୟନଙ୍କ ସହ ମଜାକ କରିବା ପଡ଼ିଛି ମହଙ୍ଗା । ଏଥିଲାଗି ଲଗାତାର ୨ ଦିନ ଧରି NCB ଅଧିକାରୀଙ୍କ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି ଏହି ଅଭିନେତ୍ରୀଙ୍କୁ । ଜେରା ପାଇଁ ଧାର୍ଯ୍ୟ ହୋଇଥିବା ସମୟରେ ନପହଞ୍ଚି ବିଳମ୍ବରେ ପହଞ୍ଚିଥିବାରୁ ଅନନ୍ୟାଙ୍କ ଉପରେ ବିଗିଡ଼ିଥିଲେ NCB ଜୋନାଲ ଡିରେକ୍ଟର ସମୀର ୱାଙ୍ଖଡ଼େ । ଏହା କୌଣସି ଫିଲ୍ମ ପ୍ରଡକ୍ସନହାଉସ ନୁହେଁ ବୋଲି ଅନନ୍ୟାଙ୍କୁ ଚଢା ଗଳାରେ ତାଗିଦ କରିଥିଲେ ସମୀର । ଆର୍ୟନଙ୍କ ସହ ଡ୍ରଗ୍ସ ବାବଦରେ କଣ ଓ କେତେଥର କଥା ହୋଇଛ ବୋଲି ପଚାରିଥିଲେ NCB ଅଧିକାରୀ ଏହାର ଉତ୍ତରରେ ମୁଁ କେବେ ଡ୍ରଗ୍ସ ସେବନ କରିନି କି ଏନେଇ ଆର୍ୟନଙ୍କ ସହ କେବେବି କିଛି ଆଲୋଚନା କରିନି ବୋଲି କହିଥିଲେ ଅନନ୍ୟା ।

ଅଧିକ ତଦନ୍ତ ପାଇଁ NCB ଅନନ୍ୟାଙ୍କୁ ତାଙ୍କ ପୋନ ଜମା ରଖିବାକୁ କହିଥିଲେ । ତେବେ ଜେରା ପାଇଁ ପହଞ୍ଚିବା ପୂର୍ବରୁ ଅନନ୍ୟା ତାଙ୍କ ଫୋନରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଡିଲିଟ୍ କରି ଦେଇଥିବା NCB ଅଧିକାରୀ ସୂଚନା ଦେଇଛନ୍ତି ଘଟଣାର ଅଧିକ ତଦନ୍ତ ପାଇଁ ଆସନ୍ତା ସୋମବାର ଅନନ୍ୟାଙ୍କୁ ପୁଣିଥରେ ଜେରା କରାଯିବ । ତେବେ ଆର୍ୟନଙ୍କ ଓକିଲଙ୍କ କହିବା କଥା ତାଙ୍କ ପୋନରୁ ମିଳିଥିବା ମେସେଜକୁ ଭୁଲ ବୁଝି NCB ତାକୁ ଡ୍ରଗ୍ସ ମାମଲାରେ ଯୋଡୁଛି । ତେବେ ଆଗକୁ ଏ ମାମଲାର କି ସମାଧାନ ବାହାରୁଛି ତାହା ସମୟ କହିବ । 

Leave a Reply

Your email address will not be published.