ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ପୁରୀ, (ଓଡିଶା ଟାଇମ୍) :ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ୨୦୨୦ -୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ ଅନୁମୋଦିତ କରାଯିବ। ଆୟ ଓ ବ୍ୟୟ ଅଟକଳ କରାଯିବ। ସେଥିପାଇଁ ପୂର୍ବରୁ ଫାଇନାନ୍ସ ସବ କମିଟି, ଲ୍ୟାଣ୍ଡ ସବ କମିଟି, ସେବାୟତ କଲ୍ୟାଣ ସବ୍ କମିଟି, ନୀତି ସବ କମିଟିରେ ବିସ୍ତୃତ ଭାବରେ ଆଲୋଚନା କରାଯାଇ ବଜେଟରେ ଆୟ ଓ ବ୍ୟୟକୁ ନେଇ ସ୍ବତନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ପରିଚାଳନା କମିଟି ସଦସ୍ୟ ମାନଙ୍କ ଉପସ୍ଥିତ ରେ ବଜେଟ ଆଗତ କରାଯିବ ଏବଂ କେଉଁ ବାବଦରୁ ଆୟ ଯଥା ଲ୍ୟାଣ୍ଡରୁ ଆୟ, କର୍ପସ ଫଣ୍ଡରୁ ଆୟ ଏବଂ କେଉଁ ବାବଦରେ ବ୍ୟୟ କରାଯିବ ତାହା ଅଟକଳ କରାଯିବ।
ବିଶେଷକରି ସେବାୟତଙ୍କ କଲ୍ୟାଣ ଫଣ୍ଡରେ ସେବାୟତଙ୍କୁ ବାସସ୍ଥାନ ଯୋଗାଇବା, କୋଭିଡ ସମୟରେ ଆର୍ଥିକ ଅନାଟନ ପରିସମାପ୍ତି ପାଇଁ ଅଧିକ ଟଙ୍କା ପ୍ରଦାନ କରାଯିବ, ଆଦର୍ଶ ଗୁରୁକୂଳ ପ୍ରକଳ୍ପ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯିବ।