ପାରାଦୀପଠାରୁ ୧୨୫ କିମି ଦୂରରେ ଅମ୍ପନ, ବଢ଼ୁଛି ପବନ
ଭୁବନେଶ୍ବର, (ଓଡ଼ିଶା ଟାଇମ୍) : ରାଜ୍ୟରେ ତାଣ୍ଡବ ରଚାଉଛି ମହାବାତ୍ୟା ଅମ୍ଫନ l ପାରାଦୀପରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୨୫ କିମି ଦୂରରେ ଅଛି ଅମ୍ଫନ । ଦୀଘାରୁ ଦକ୍ଷିଣରେ ୨୪୦ କିମି ଦୂରରେ ଅଛି ବାତ୍ୟା ଅମ୍ଫନ ।ବାଂଲାଦେଶ ଖେପୁପରାରୁ ଦକ୍ଷଣିପଶ୍ଚିମରେ ୩୯୫ କିମି ଦୂରରେ ରହିଛି। ଗତ ୬ ଘଣ୍ଟା ଧରି ୧୪ କିମି ବେଗରେ ଗତି କରୁଛି ବାତ୍ୟା । ଏହାର ପ୍ରଭାବରେ ବର୍ତମାନ ରାଜ୍ଯରେ ପବନର ବେଗ ବଢୁଚି l
ଆଜି ସଂଧ୍ୟାରେ ଅମ୍ଫନ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିପାରେ ବୋଲି ସୁୁଚନା ରହିଛି। ପାରାଦୀପରେ ଏବେ ୧୦୬ କିମି ବେଗରେ ପବନ ବହୁଛି । ସେହିପରି ଚାନ୍ଦବାଲିରେ ୭୪, ପୁରୀରେ ୩୯,ଭୁବନେଶ୍ବରରେ ୫୬ କିମି ବେଗରେ ପବନ ବହୁଛି । ବାଲେଶ୍ବରରେ ୫୯ କିମି ବେଗରେ ପବନ ବହୁଥିବା ସୂଚନା ରହିଛି।ପବନର ବେଗ ୧୭୦ ରୁ ୧୮୦ କିମି ହେବା ନେଇ ପୂର୍ବାନୁମାନ କରାଯାଇଛି। ଆଉ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି l