ଅମ୍ପନ୍‌ ଅପ୍‌ଡେଟ୍‌: ୨୦୦ କିଲୋମିଟର ବେଗରେ ବାତ୍ୟା, ପଢ଼ନ୍ତୁ ପାଣିପାଗ ବିଭାଗର ବୁଲେଟିନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମହାବାତ୍ୟା ଅମ୍ପନର ଗତିବିଧି ଉପରେ ନଜର ରଖିଛି ପାଣିପାଗ ବିଭାଗ। ଭୁବନେଶ୍ଵର କେନ୍ଦ୍ରରେ ଡପ୍‌ଲର ରାଡାର ଯୋଗେ ଏହାର ନିରୀକ୍ଷଣ କରାଯାଉଛି। ଏଥିନେଇ ଘଣ୍ଟିକିଆ ବୁଲେଟିନ୍‌ ଆଜି ସକାଳ ସାଢ଼େ ୬ଟାରେ ପ୍ରକାଶ କରାଯାଇଛି। ପ୍ରଥମ ଘଣ୍ଟିକିଆ ବୁଲେଟିନରେ ସକାଳ ସାଢ଼େ ୫ଟାରେ ବାତ୍ୟାର କେନ୍ଦ୍ରସ୍ଥାଳକୁ ଅନୁଧ୍ୟାନ କରାଯାଇଥିଲା।

ଏହି ବୁଲେଟିନ୍‌ରେ କୁହାଯାଇଛି ଯେ, ବାତ୍ୟାର କେନ୍ଦ୍ରସ୍ଥଳ ସକାଳ ସାଢ଼େ ୫ଟାରେ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ପାରାଦୀପଠାରୁ ୧୫୫ କିଲୋମିଟର ଦୂରରେ ଅବସ୍ଥାନ କରିଛି। ଏହା ଅତି ସାଂଘାତିକ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମୁହାଁଉଛି। ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଏହାର କେନ୍ଦ୍ରସ୍ଥଳ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଏହାର ପ୍ରଭାବରେ ୧୭୦ରୁ ୧୮୦ କିଲୋମିଟର ବେଗରେ ପବନ  ପ୍ରବାହିତ ହେବା ଆଶଙ୍କା ରହିଛି। ରାଜ୍ୟର ବିଭିନ୍ନ ପାଣିପାଗ କେନ୍ଦ୍ରରେ ପବନର ବେଗ ମାପି ବିଭାଗ କହିଛି ଯେ, ପାରାଦୀପଠାରେ ସକାଳ ସାଢ଼େ ୫ଟାରେ  ଘଣ୍ଟାପ୍ରତି ୯୬ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଛି।  ଚାନ୍ଦବାଲିରେ ପବନର ବେଗ ୬୫ କିଲୋମିଟର ଥିବା ବେଳେ ଭୁବନେଶ୍ଵର, ବାଲେଶ୍ଵରରେ ୪୧ କିଲୋମିଟର ରେକର୍ଡ଼ କରାଯାଇଛି। ସେହିପରି ପୁରୀେୀ ଘଣ୍ଟାପ୍ରତି ୩୯ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଥିବା ବେଳେ ଗୋପାଳପୁରରେ ୩୦ କିାଲୋମିଟର ବେଗରେ ପବନ ପ୍ରବାହିତ ହେଉଅଛି।

ସେହିପରି ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋିଛି। ପାରାଦୀପରେ ସର୍ବାଧିକ ୧୪୪ ମିମି ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ଚାନ୍ଦବାଲିରେ ୫୬, ଭୁବନେଶ୍ଵରରେ ୩୫, ବାଲେଶ୍ଵରରେ ୩୯, ପୁରୀରେ ୫୮ ଏବଂ ଗୋପାଳପୁରରେ ୮ ମିମି ବର୍ଷା ରେକର୍ଡ଼ କରାଯାଇଛି।

Leave a Reply

Your email address will not be published.