ଉପକୂଳ ପାଖଉଛି ଅମ୍ପନ୍‌, ରାଜ୍ୟରେ ଆରମ୍ଭ ହେଲାଣି ହାଲୁକା ବର୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ମୁହାଁଉଛି ମହାବାତ୍ୟା ଅମ୍ପନ। ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଏହା  ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତୀୟା ଦ୍ଵୀପ ମଧ୍ୟବର୍ତ୍ତୀ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ। ଏହି ସମୟ ଭିତରେ ଏହା ଓଡ଼ିଶା ଉପକୂଳ ଦେଇ ଗତି କରିବ। ଯଦିଓ ଓଡ଼ିଶା ଉପକୂଳକୁ ଏହା ଛୁଇବେ ନାହିଁ କିନ୍ତୁ ଜଳ ଭାଗରେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଆସୁଥିବା ବାତ୍ୟା ଓଡ଼ିଶା ଉପକୂଳରେ ଦୀର୍ଘ ସମୟ ବର୍ଷା କରାଇବା ଆଶଙ୍କା ରହିଛି। ଏହିକ୍ରମରେ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଓ ତୋଫାନ ସତର୍କତା ଜାରି କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ବିଆର୍‌ ବିଶ୍ଵାସ କହିଛନ୍ତି,  ଏବେ ରାଜ୍ୟରେ ଅମ୍ପନ ପ୍ରଭାବରେ ହାଲୁକା ବର୍ଷା ଅନୁଭୁତ ହେଲାଣି। ରାଜ୍ୟର ଆକାଶରେ କଳା ବାଦଲ ରହିଛି। ଏହା ଅଧିକ ବର୍ଷା କରିବା ସମ୍ଭାବନା ରହିଛି। ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛ। ଅର୍ଥାତ୍‌ ଏଠାରେ ବର୍ଷା ୨୪ ଘଣ୍ଟା ଭିତରେ ୨୦ ସେଣ୍ଟିମିଟର ହେବା ଆଶଙ୍କା ରହିଛି।

ପୁରୀ, ଖେଶର୍ଦ୍ଧା, କଟକ, ମୟୁରଭଞ୍ଜ, ବାଲେଶ୍ଵର, ଯାଜପୁର ଜିଲ୍ଲାରେ ପଅବଳ ବର୍ଷା ହେବ। ଏଠାରେ ସର୍ବାଧିକ ବର୍ଷା ପରିମାଣ ୧୧ ସେଣ୍ଟିମିଟର ହେବା ଆଶଙ୍କା କରାଯାଇଛି।

ଖରାଦିନ ହୋଇଥିବାରୁ ବିଭିନ୍ନ ନଦୀ ଏବେ ଶୁଷ୍କ ପଡ଼ିଛି। ଏଣୁ ବର୍ଷା ପାଣି ନିର୍ଗତ ନହୋଇ ବନ୍ୟା ଆଶଙ୍କା ନାହିଁ। ଅପରପକ୍ଷେ ବାତ୍ୟା ପାର ହେବା ସମୟରେ ରାଜ୍ୟର ଉପକୂଳ ଜିଲ୍ଲାରେ ;ସର୍ବାଧିକ ୧୩୫ କିଲୋମିଟର ବେଗରେ ପବନ ପ୍ରବାହିତ ହେବା ଆଶଙ୍କା ରହିଛି। ଏହି ସମୟରେ ବିଜୁଳି ଖଣ୍ଟ ଉପୁଡ଼ିବା, ତାର ଛିଣ୍ଡିବା, ଗଛ ପଡ଼ି ରାସ୍ତା ଘାଟ ଅବରୋଧ ହେବା ଆଶଙ୍କା ରହିଛି।

ସମ୍ଭାବ୍ୟ ପରିସ୍ଥିତିକୁ ଆଖିରେ ରଖି ସ୍ଵତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ପ୍ରଶମନ ବଳକୁ ନିୟୋଜିତ କରିଛନ୍ତି। ୩୧ଟି ଏନ୍‌ଡିଆର୍‌ଏଫ୍‌ ଏବଂ ଓଡଆଫ୍‌ ବାହିନି ବିଭିନ୍ନ ଜିଲ୍ଲାରେ ମୁତ୍ତୟନ କରାଯାଇଛି। ୨୧୭ ଅଗ୍ନିଶମ ବାହିନୀ ଟିମ୍‌ ମୁତ୍ତୟନ ଥିବା ବେଳେ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ୭୫ଟି ଟିମ୍‌ ମୁତ୍ତୟନ କରାଯାଇଛି। ଏହାର ପ୍ରତିଟି ଦଳରେ ୧୦ରୁ ୧୨ ଜଣ ଅଭିଜ୍ଞ ପ୍ରଫେସନାଲ୍‌ ଆବଶ୍ୟକ ଗଛ କଟା ଯନ୍ତ୍ର ସହ ଉପସ୍ଥିତ ଅଛନ୍ତି। ଏମାନେ ତୁରନ୍ତ ରାସ୍ତା ଉପରୁ ଗଛ ସଫା କରିବେ।

ପ୍ରତି ଜିଲ୍ଲାରେ ଜଣେ ଅଗ୍ନିଶମ ଅଧିକାରୀ ବା ଡେପୁଟି ଫାୟାର ଅଫିସରଙ୍କୁ ନିଯୁକ୍ତ କରାଯାଇଛି।  ସରକାରଙ୍କ ପାଖଷର ଆହୁରି ୫ଟି ଲେଖାଏଁ ଓଡ୍ରାଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ ଠିମ୍‌ ମୁତ୍ତୟନ ରହିଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।

ପୂର୍ତ୍ତ, ଜଳସମ୍ପଦ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ସଂ ସଂଯୋଜନା କରାଯାଇ ଉଚ୍ଚ ପଦସ୍ଥ ଇଞ୍ଜିନିୟରଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହି ଅଧିକାରୀମାନେ ଠିକାଦାର ଓ ଶ୍ରମିକ ବଳ ଏବଂ ଅବାଶ୍ୟକ ଯନ୍ତ୍ରାଂଶ ଧରି ବିଭିନ୍ନ କାମକୁ ପରିଚାଳନା କରିବାୁ ନିୟୋଜିତ ଅଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।

ରାଜ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାପାଳମାନେ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଖାଲି କରୁଛନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published.