୧୯୯୯ ମହାବାତ୍ୟା ପରେ ଆସିଥିବା ବାତ୍ୟା ମଧ୍ୟରେ ସବୁଠୁ ଶକ୍ତିଶାଳୀ ‘ଅମ୍ପନ’
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ): ଦକ୍ଷିଣ ବଙ୍ଗୋପସାଗରରର କେନ୍ଦ୍ରାଞ୍ଚଳରେ ସୃଷ୍ଟି ହୋଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଥିବା ମହାବାତ୍ୟା ଅମ୍ପନ ଚଳିତ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ବାତ୍ୟା। ଅର୍ଥାତ୍ ୧୯୯୯ପରେ ଯେତିକି ବାତ୍ୟା ସୃଷ୍ଟି ହୋଇଛି ସମୁଠାରୁ ଶକ୍ତିଶାଳୀ ବୋଲି ଭାରତ ପାଣିପାଗ ବିଭାଗ ମହା ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏହି ବାତ୍ୟା ଅମ୍ପନ ଏବେ ପାରାଦୀପର ଦକ୍ଷିଣ ଦିଗରେ ୪୨୦ କିମି ଦୂର, ତଥା ଦୀଘାଠୁ ୫୭୦ ଓ ବାଂଲାଦେଶଠୁ ୭୦୦ କିମି ଦୂରରେ ରହିଛି। ଭୂପୃଷ୍ଠ ସ୍ପର୍ଶ ବେଳେ ବାତ୍ୟା ହେତୁ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ ରହିବ ବୋଲି ଅନୁମାନ କରାଯାଇଛି। ଏବେ ଘଣ୍ଟାକୁ ୧୬୭କିମି ବେଗରେ ଗତି କରୁଛି ଅମ୍ଫନ । ଆସନ୍ତାକାଲି ସଂଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି।
ଲ୍ୟାଣ୍ଡଫଲ ବେଳେ ବହୁ କ୍ଷତି ଘଟାଇପାରେ ବାତ୍ୟା, ଗଛ, ଘର କ୍ଷତିଗ୍ରସ୍ତ ହୋଇପାରେ, ଦକ୍ଷିଣ ଓଡ଼ିଶା ଉପକୂଳରେ ଏବେ ପବନର ବେଗ ୫୦ କିମି ରହିଛି । ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିମି ହେବା ନେଇ ପୂର୍ବାନୁମାନ କରାଯାଇଛି । ଅମ୍ଫନ ପ୍ରଭାବରେ ଆସନ୍ତାକାଲି ଉତ୍ତର ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୧୯୯୯ ପରେ ଏହା ସବୁଠୁ ବଡ଼ ବାତ୍ୟା ବୋଲି ଓଗଊ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ୍ମିଟ ଜରିଆରେ ସୂଚନା ଦେଇଛନ୍ତି । ସେହିପରି ଅମ୍ଫାନ ଏବେ ମହାବାତ୍ୟାରୁ ଖସି ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଗତ ୬ ଘଣ୍ଟା ଧରି ୧୭ କିମି ବେଗରେ ଗତି କରୁଛି ଅମ୍ଫନ । ଯାଜପୁର, କେନ୍ଦ୍ରାପଡ଼ା ,ଭଦ୍ରକ , ବାଲେଶ୍ବର, ମୟୂରଭଞ୍ଜ, ଓ କେନ୍ଦୁଝରରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଆଜି ଦକ୍ଷିଣ ଓ ଉପକୂଳ ଓଡିଶାର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଏହିସବୁ ସ୍ଥାନଗୁଡିକରେ ବର୍ଷା ସହ ପବନ ମଧ୍ୟ ବୋହୁଛି । ଆଜି ଏହି ସବୁ ଅଞ୍ଚଳମାନଙ୍କରେ ୫୫ରୁ ୬୫ କିମିର ବେଗରେ ପବନ ହେଉଛି , ଆଗକୁ ମଧ୍ୟ ପବନର ବେଗ ବଢିପାରେ ବୋଲି ଅନୁମାନ କରାଯାଉଛି ।