ସରୋଜ ଖାନଙ୍କ ଦେହାନ୍ତରେ ଭାବବିହ୍ୱଳ ହେଲେ ଅମିତାଭ; ଲେଖିଲେ ଏମିତି ପୋଷ୍ଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡର ଖ୍ୟାତାନାମା କୋରିଓଗ୍ରାଫର ସରୋଜ ଖାନଙ୍କର ହୃଦଘାତରେ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଯାଇଛି । ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ବଲିଉଡର ବହୁ କଳାକାର ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଥିବା ବେଳେ ବିଗ ବି ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ଏକ ଭାବବିହ୍ୱଳ ଲେଖା ପୋଷ୍ଟ କରିଛନ୍ତି ।
ବିଗ ବି ସରୋଜ ଖାନଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି । ଏପରିକି ତାଙ୍କ ସହ ବିତାଇଥିବା କିଛି ମୂହୂର୍ତ୍ତକୁ ମଧ୍ୟ ସେ ଶେୟାର କରିଛନ୍ତି ।
“ଆପଣ ଆରାମ କରନ୍ତୁ, ଭଲରେ ଆରାମ କରନ୍ତୁ… ସରୋଜ ଖାନ ଦୁନିଆରୁ ଅଲବିଦା ନେଇଗଲେ । ସେ ସମୟର ସବୁଠୁ ବଡ ଡ୍ୟାନ୍ସ ଡାଇରେକ୍ଟରଙ୍କ ଭିତରେ ଜିନ୍ଦଦିଲ୍ ଓ ସ୍ଫୃତିରେ ଭରପୂର ଡ୍ୟାନ୍ସ ଆସିଷ୍ଟାଣ୍ଟ ଥିଲେ । ସେତେବେଳେ ଆରମ୍ଭ ମାତ୍ର ହୋଇଥିଲା । ସେ ସମୟରେ ସେ ଜଣେ ଷ୍ଟାର ଥିଲେ ଆଉ ମୁଁ କିଛି ବି ନଥିଲି । ଧିରେ ଧିରେ ତାଙ୍କ ମୁବସ୍ ଖୁବ୍ ମଶହୁର ହେବାରେ ଲାଗିଲା । ତାଙ୍କ ଅଣ୍ଡରରେ କାମ କରୁଥିବା ପିଲା ଯଦି ଭଲ କାମ କରେ, ତାହେଲେ ସେ ତାକୁ ଗୋଟିଏ କଏନ ଦେଇଥାନ୍ତି । ବହୁ ବର୍ଷ ପରେ ଏକ ଫିଲ୍ମର ଗୀତ ସିକ୍ୱେନ୍ସ ସମୟରେ ମୁଁ ବି ଗୋଟିଏ କଏନ୍ ପାଇବାର ହକଦାର ହୋଇଥିଲା । ଯାହା ମୋ ପାଇଁ ଏକ ବଡ ଉପଲବ୍ଧି ଥିଲା” । ଅମିତାଭଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ମଧ୍ୟ ହେଉଛି ।
କୋରିଓଗ୍ରାଫର ସରୋଜ ଖାନ ମଧୁମେହ ଜନିତ ରୋଗରେ ପିଡିତ ଥିଲେ । ମେଡିକାଲରେ ଭର୍ତ୍ତି ହେବାପରେ ସରୋଜଙ୍କ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା ବେଳେ ତାଙ୍କର ରିପୋର୍ଟ ନେଗେଟିଭ ବାହାରିଥିଲା ।
ଖୁବ୍ କମ୍ ଲୋକ ଜାଣିଥିବେ ଯେ ସରୋଜ ମାତ୍ର ୩ ବର୍ଷ ବୟସରେ ଶିଶୁ କଳାକାର ଭାବେ କାମ ଆରମ୍ଭ କରିଥିଲେ । ୫୦ ଦଶକରେ ବଲିଉଡ ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଥିବା ସରୋଜ ପରବର୍ତ୍ତୀ ସମୟରେ ୨ ହଜାରରୁ ଅଧିକ ଗୀତରେ କୋରିଓଗ୍ରାଫି କରିଛନ୍ତି ।
୭୧ ବର୍ଷୀୟ ସରୋଜ ଖାନ୍ ୧୯୪୮ ମସିହା ନଭେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଶେଷଥର ପାଇଁ କଳଙ୍କ ଫିଲ୍ମର ଏକ ଗୀତ ‘ତବାହ ହୋ ଗଇ’ରେ ମାଧୁରିଙ୍କ ପାଇଁ ନୃତ୍ୟ କୋରିଓଗ୍ରାଫି କରିଥିଲେ ।