ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମ ପ୍ରତିଶୃତି: ଶାହା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିଜେପିର ଓଡ଼ିଶା ଜନ ସମ୍ବାଦ ରାଲି ହୋଇଛି । ମୋଦି ସରକାରଙ୍କ-୨ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେଇ କହିଛନ୍ତି ଯେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିବା ଓଡ଼ିଶା ମାଟିକୁ ପ୍ରଣାମ । ମୋଦୀଙ୍କ ଉପରେ ଓଡ଼ିଶାବାସୀଙ୍କ ଆର୍ଶୀବାଦ ରହିଛି । ଓଡ଼ିଶାବାସୀଙ୍କ ସମର୍ଥନ କେନ୍ଦ୍ର ସରକାରଙ୍କ ସହ ରହିଛି । କରୋନା ଯୋଗୁଁ ବିଶ୍ୱ ଏକ ପ୍ରକାର ବଦଳିଯାଇଛି । ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶୃତି ବୋଲି ସେ କହିଛନ୍ତି । ଏହି ପ୍ରତିଶୃତିକୁ ପୂରଣ କରିବାକୁ କେନ୍ଦ୍ର ସରକାର କାର୍ଯ୍ୟ କରିୁଛନ୍ତି । ମୋଦୀ ବିଶ୍ୱରେ ଭାରତର ଗୌରବକୁ ବଢ଼ାଇଛନ୍ତି । ମୋଦୀ ଏପରି ନେତା ଯାହା କହନ୍ତି, ତାହା କରନ୍ତି । ଦେଶକୁ ଆତ୍ମନିର୍ଭର କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ସେ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଛନ୍ତି ।
ଥିରେ ଓଡିଶାରେ ଥିବା କର୍ମକର୍ତ୍ତାମାନଙ୍କୁ ଗୃହ ମନ୍ତ୍ରୀ ଅମିତ ଶାହ ଉଦ୍‌ବୋଧନ ଦେଇଛନ୍ତି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରୁ ଗୃହମନ୍ତ୍ରୀ ଅମିତ ଶାହ ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ଅବସରରେ ଆୟୋଜିତ ଭର୍ଚୁଆଲ୍‌ ରାଲିରେ ସରକାର ଦେଶର ବିକାଶ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ । ବିଶ୍ୱର ଏହି ସମୟରେ ଅନେକ ପରିବର୍ତ୍ତନ ହୋଇଛି । ଭାରତ ଏକ ନୂଆ ଆତ୍ମବିଶ୍ୱସକୁ ନେଇ ଆଗକୁ ଯାଇଛି । ଏକ ଦୃଢ ନେତୃତ୍ୱ ଯୋଗୁଁ ପୃଥିବୀରେ ଏକ ନୂଆ ସ୍ଥାନ ସୃଷ୍ଟି କରିଛି । ଗତ ନିର୍ବାଚନରେ ଦେଶର ଲୋକମାନେ ଓ ଓଡିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର କ୍ଷମତାକୁ ଆସିଛନ୍ତି । ସାଧାରଣ ଲୋକଙ୍କ ଦୁଃଖ କଷ୍ଟ ସମୟରେ ମୋଦୀ ସରକାର ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି । ଦେଶର ବିକାଶ ପାଇଁ ଅନେକ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ଓଡିଶାର ଭୂମି ଓ ଶ୍ରୀ ଜଗନ୍ନାଥଙ୍କୁ ମନରେ ସ୍ମରଣ କରିବା ସହ ନିଜ ଉଦ୍‌ବୋଧନ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଭାରତରେ ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ କାମ କରିଥିବା ଭୀମଭୋଇ ,ଉତ୍କଳ ଗୌରବ ମଧୁସୂଧନ, ଉତ୍କଳମଣୀ ଗୋପବନ୍ଧୁ ରମା ଦେବୀ, ବକ୍ସି ଜଗବନ୍ଧୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି , ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଚକୁ ସ୍ମରଣ କରିଥିଲେ । ବୈଶିକ ମହାମାରୀ କରୋନା ସମୟରେ ବିଜେପି ଓ ଲୋକଙ୍କ ମଧ୍ୟରେ ଦୂରତା ହୋଇପାରିବ ନାହିଁ ବୋଲି ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି। ଏହି ସମୟରେ ଡିଜିଟାଲ୍‌ ରାଲି ବା ଭର୍ଚୁଆଲ୍‌ ରାଲିର ଆୟୋଜନ କରାଯାଇଥିବା କଥା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *