ଫାଇଜର୍ ଭାକସିନ୍କୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ଆମେରିକା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆମେରିକାର ଖାଦ୍ୟ ଏବଂ ଔଷଧି ପ୍ରଶାସନ ବା ଏଫଡିଏ ଶୁକ୍ରବାର ଫାଇଜର-ବାୟୋଏନଟେକ୍ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଏନେଇ ଏଫଡିଏର ମୁଖ୍ୟ ବୈଜ୍ଞାନିକ ଫାଇଜରକୁ ପତ୍ର ଲେଖି ସୂଚନା ଦେଇଛନ୍ତି ।
ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆମେରିକାରେ ଫାଇଜର ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏଫଡିଆଇର ପରାମର୍ଶ କମିଟି ୧୭-୪ ଭୋଟରେ ଏହି ନିଷ୍ପତ୍ତି ନେଇଛି । ଏହି ଟିକାର ଡୋଜ୍ ୧୬ ଓ ତଦୁର୍ଦ୍ଧ ବୟସର ଲୋକଙ୍କ ପାଇଁ ଉପଯୋଗ ବୋଲି ଆମେରିକା କହିଛି ।
ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ କହିଥିଲା ଯେ, ଆଟଲାଣ୍ଟିକ୍ ଓ ବ୍ରିଟେନରେ ମଙ୍ଗଳବାରଠାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କିନ୍ତୁ ଆମେରିକାରେ ଏବେବି ଭାକସିନ ପାଇଁ ଅନୁମତିକୁ ଅନେକ ପର୍ଯ୍ୟାୟ ଦେଇ ଗତି କରିବାକୁ ହେବ । ଏଥିପାଇଁ ଏକ କମିଟି ଗଠନ କରାଯାଇଛି । ସବୁଜ ସଙ୍କେତ ମିଳିବା ପରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।ଏବେ କିନ୍ତୁ ଏଫଡିଏର ଅନୁମତି ପରେ ଫାଇଜରକୁ ସବୁଜ ସଙ୍କେତ ମିଳିଛି ।
ଗତ ମଙ୍ଗଳବାର ଆମେରିକା ସରକାର ଏକ ଦସ୍ତାବିଜରେ ଫାଇଜର ଓ ବାୟୋନଟେକର କରୋନା ବାକସିନ୍ ଫଳପ୍ରଦ ବୋଲି ସ୍ପଷ୍ଟ କରିଥିଲେ । ଏହି ଭାକସିନ୍ କରୋନା ବିରୋଧରେ ଲଢିବ ବୋଲି ପ୍ରମାଣ ସହ ଦୃଢ ଭାବେ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।